www.samajalive.in
Monday, December 15, 2025
27.1 C
Bhubaneswar

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

 ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଶସି ପଦର ଗାଁ ନିକଟରେ ଥିବା ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ  ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତ ମାସରୀପଡା ଗାଁର  ଉଦୟ ମଲ୍ଲିକ (୨୧)ବୋଲି ଜଣା ପଡ଼ିଥିବା ବେଳେ ଗୁରୁତର ଆହତ ହୋଇଥିବା ଯୁବକ ଜଣକ  ସେହି ଗାଁର ଜ୍ୟୋତିରଞ୍ଜନ ମଲ୍କିକ (୨୧)ବୋଲି ଜଣା ପଡିଛି।
ସୂଚନା ଅନୁସାରେ ଯୁବକ ଦ୍ବୟ ଏକ ବାଇକରେ ଫିରିଙ୍ଗିଆରୁ କାମ ସାରି ନିଜ ଗାଁ ମାସରୀପଡାକୁ ଫେରୁଥିବା ସମୟରେ ବାଇକକୁ ପଛପଟୁ ଏକ ମାଲବାହୀ ବୋଲେରୋ ଗାଡି ଧକା ଦେଇ ଫେରାର ହୋଇ ଯିବା ଫଳରେ ଘଟଣା ସ୍ଥଳରେ ବାଇକରେ ବସିଥିବା ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇ ଥିଲେ। ସ୍ଥାନୀୟ ଲୋକଙ୍କ ସାହାୟତାରେ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଣାଯାଇଥିବା ବେଳେ ମେଡିକାଲ ପହଞ୍ଚିବା ପୂର୍ବରୁ ଜଣକର ମୃତ୍ୟୁ ହୋଇ ସାରିଥିବା ଫିରିଙ୍ଗିଆର ଡାକ୍ତର ଶୁଭକାନ୍ତ ଦେବତା ସୂଚନା ଦେଇଥିବା ବେଳେ ଗୁରୁତର ଆହତ ଯୁବକଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି । ଅନ୍ୟାପଟେ ଦୁର୍ଘଟଣା  ଘଟାଇ ଫେରାର ହୋଇ ଯାଇଥିବା ଗାଡିଟି ଏକ ମାଲବାହୀ ବୋଲେରୋ ପିକଅପ ବୋଲି ଜଣା ପଡିଛି। ତେବେ ଘଟଣା ପରେ ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଫିରିଙ୍ଗିଆ ଥାନାରେ ଏକ ଏତଲା ଦିଆଯାଇଛି। ଏତଲାକୁ ଆଧାର କରି ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓଙ୍କ ନିର୍ଦେଶ କ୍ରମେ ଥାନାରେ ବରିଷ୍ଠ ପୋଲିସ ଅଧିକାରୀ ପ୍ରଦୀପ କୁମାର ରାଉଳ ମେଡିକଲରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବାଚ୍ଛେଦ ପାଇଁ ଫୁଲବାଣୀ ମେଡିକାଲକୁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା  ଅଧିକାରୀ ଶ୍ରୀ ରାଓ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories