www.samajalive.in
Sunday, December 14, 2025
19.1 C
Bhubaneswar

ଚୌଦ୍ୱାରରେ ଅହିଂସା ରଥକୁ ସମ୍ବର୍ଦ୍ଧନା

ଚୌଦ୍ୱାର : ସ୍ୱଧୀନତାର ୭୫ବର୍ଷ ପୁର୍ତ୍ତି ପାଳନ ଅବସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅହିଂସା ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନ ପରିକ୍ରମା କରୁଥିବା ଅହିଂସା ରଥକୁ ଚୌଦ୍ୱାରରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅହିଂସା ରଥ ଚାରବାଟିଆ ବିରାଟ ବଜାର ନିକଟରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ରଥକୁ ବନ୍ଦାପନା କରି ସ୍ୱାଗତ କରିଥିଲେ। ବିଶିଷ୍ଟ ଘୋଡାନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଡ.ଉତ୍ସବ ଚରଣ ଦାସ ଓ ସାଥୀଙ୍କ ଦ୍ୱରା ପରିବେଷିତ ସ୍ୱାଗତ ଗୀତ ଓ ଲୋକ ନୃତ୍ୟ ବେଶ ଲୋକାଦୃତ ହୋଇଥିଲା। ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ସମସ୍ତ ପୌର ପାରିଷଦ, ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ତଥା ଶହଶହ ସଂଖ୍ୟାରେ ଜନସାଧାରଣ ହାତରେ ତ୍ରିରଙ୍ଗା ପତାକା ଧରି ଦେଶଭକ୍ତି ସଂଗୀତ ଓ ଘଣ୍ଟଘଣ୍ଟା ଆଦି ଧ୍ୱନି ମଧ୍ୟରେ ପଦଯାତ୍ରା କରି ରଥକୁ କଳିଙ୍ଗ ବିଦ୍ୟାପୀଠରେ ପହଞ୍ଚାଇଥିଲେ। ଏହି ଅବସରରେ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ନେତୃତ୍ୱରେ ଟାଉନହଲ ସମ୍ମୁଖରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରେ ପୌରକାର୍ଯ୍ୟାଳୟ ନିକଟରୁ ରଥକୁ ସସମ୍ମାନେ ବିଦାୟ ଦିଆଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories