www.samajalive.in
Sunday, December 7, 2025
23.1 C
Bhubaneswar

ହୋଇପାରିଲାନି ନିର୍ବନ୍ଧ ; ଭାରସାମ୍ୟ ହରାଇ ପିକ୍ଅପ ଓଲଟିଲା

ବଙ୍ଗୋମୁଣ୍ଡା/କଣ୍ଟାବାଞ୍ଜି,୧୧।୧୨(ନି.ପ୍ର): ନିର୍ବନ୍ଧ କରିବାକୁ ଆସୁଥିଲେ। ବେଶ ଖୁସିରେ ଥିଲେ ସମସ୍ତେ। ଜଣେ କି ଦଶ ଜଣ ନୁହେଁ, ପିକ୍ ଅପ୍ ଭ୍ୟାନ୍ରେ ୨୩ଜଣ ଆସୁଥିଲେ। ବଙ୍ଗୋମୁଣ୍ଡା ଥାନା ଦନ୍ଦରା ନିକଟ ଡଙ୍ଗରପଡ଼ା ବୁଲାଣିରେ ପିକ୍ ଅପ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ଗୋଲାମୁଣ୍ଡା ଥାନା ତୁମୁରା ଗାଁର ଭୃଷବ ପରାଭୁଏଙ୍କ ପୁଅର ନିର୍ବନ୍ଧ କରିବା ପାଇଁ ସିଜି ୧୧ଏବି ୧୦୮୩ ନମ୍ବର ପିକ୍ଅପ୍ ଭ୍ୟାନ ଯୋଗେ ସକାଳୁ ବାହାରିଥିଲେ ପ୍ରାୟ ୨୩ଜଣ। ସେମାନେ ମୁରିବାହାଲ ଥାନା ବାହାଡୁକି ଗାଁର ଝିଅ ଘରକୁ ଆସୁଥିଲେ। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଦନ୍ଦରା ନିକଟ ଡଙ୍ଗରପଡ଼ା ବୁଲାଣି ରାସ୍ତାରେ ଦୃତଗତିରେ ଥିବା ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ତୁମୁରା ଗ୍ରାମର ପଦ୍ମାବତି ପରାଭୁଏ(୫୫ ବର୍ଷ) ଘଟଣାସ୍ଥଳରେ ଆଖି ବୁଜି ଦେଇଥିଲେ। ଜଗଦିଶ ଲୁହାର(୪୦), ପୂର୍ଣ୍ଣ ଲୁହାର(୩୦), ଫଗୁନୁ ପରାଭୁଏ(୫୫), ଶମ୍ଭୁ ପରାଭୁଏ(୬୦), ଗଣେଶ ଲୁହାର(୬୦), ଅର୍ଜୁନ ପରାଭୁଏ(୫୪) ଆହତ ହୋଇଛନ୍ତି। ଆହତଙ୍କ ମୁଣ୍ଡ, ଦେହରେ ଆଘାତ ଲାଗିଥିବାରୁ ସେମାନଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ପିକଅପ୍‌ରେ ୫ ଜଣ ଛୋଟ ଛୁଆ ଥିବା ବେଳେ ୧୮ ଜଣ ମହିଳା ଓ ପୁରୁଷ ରହିଥିବା ଜଣାପଡିଛି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି। ଏମାନେ ସମସ୍ତେ ଧର୍ମଗଡ ଥାନା ଓ ଗୋଲାମୁଣ୍ଡା ଥାନା ଅଞ୍ଚଳର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ସମସ୍ତଙ୍କୁ ଦମକଳ ବାହିନୀ କର୍ମଚାରୀ, ବଙ୍ଗୋମୁଣ୍ଡା ଓ କଣ୍ଟାବାଞ୍ଜି ପୁଲିସର ମିଳିତ ସହଯୋଗରେ ଉଦ୍ଧାର କରାଯାଇଛି। ବଙ୍ଗୋମୁଣ୍ଡା ୧୭୨ ମାମଲା ରୁଜୁ କରିଛି। ବଙ୍ଗୋମୁଣ୍ଡା ଥାନା ଏସକଆଇ ଜଗଦିଶ ମହାନନ୍ଦ ଦୁର୍ଘଟଣା ମାମଲାର ତଦନ୍ତ କରୁଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories