ତେଲଙ୍ଗାନା ସିଦ୍ଧିପେଟ୍‍ ସଡ଼କ ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

0

ହାଇଦରାବାଦ : ତେଲଙ୍ଗାନା ସରକାର  ସିଦ୍ଧିପେଟ୍‍ ଜିଲ୍ଲାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସରକାର ମୃତକଙ୍କ ପରିବାର ପ୍ରତି ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।  ଆହତ ୨୦ ଜଣଙ୍କ ମଧ୍ୟରୁ ୪ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଗତକାଲି ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍‍ ସହ ୪ଟି ଯାନ ପରସ୍ପର ସହ ଧକ୍କା ଖାଇବାରୁ ଘଟଣାସ୍ଥଳରେ ୧୦ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

ସୂଚନା ଯୋଗ୍ୟ ଶନିବାର ହାଇଦରାବାଦଠାରୁ ୫୫କିମି ଦୂର ତେଲେଙ୍ଗାନା ଅନ୍ତର୍ଗତ ସିଦ୍ଧିପେଟ୍‍ ଜିଲାର ରାଜୀବ ରାହାଦାରୀ ରାଜପଥରେ ଗୋଟିଏ ସରକାରୀ ଯାତ୍ରିବାହୀ ବସ୍‍ ସହିତ ଘରୋଇ ଟ୍ରକ୍‍, ଏକ ଏସ୍‍ୟୁଭି ଓ ଅନ୍ୟ ଏକ କଣ୍ଟେନର ଟ୍ରକ୍‍ ମଧ୍ୟରେ ଧକ୍କା ହୋଇ ୧୦ଜଣ ପ୍ରାଣ ହରାଇଥିଲେ। ଏଥିରେ ଅନ୍ୟ ୨୦ଜଣ ଆହତ ହୋଇଛନ୍ତି। ପରଷ୍ପରକୁ ଅତିକ୍ରମ କରିବାକୁ ଯାଇ ଚାରିଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିଥିଲା। ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଓ ଦୁଇ ଜଣ ଶିଶୁ ଅଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

Leave A Reply