www.samajalive.in
Wednesday, December 10, 2025
16.1 C
Bhubaneswar

ବାଇକକୁ ପିଟିଲା ଟ୍ରକ୍; ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ବଦଲା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବାଇକକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟଲୋକେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ପୁଲିସ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।

ସୂଚନାଯୋଗ୍ୟ, କନ୍ଧମାଳ ଜିଲା ଚକାପଦା ଶିବ ମନ୍ଦିରରୁ ଦର୍ଶନ ସାରି ସ୍ବାମୀ ଓ ସ୍ତ୍ରୀ ଏକ ବାଇକରେ ଘରକୁ ଫେରୁଥିବା ବେଳେ ନାକପୁରରୁ ଦଶପଲା ଯାଉଥିବା ଏକ କୁକୁଡା ଦାନ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଥିଲା ଏବଂ ​‌ସ୍ବାମୀ ଗୁରୁତର ଭାବରେ ଆହତ ହୋଇଥିଲେ । ମୃତକ ହେଲେ ଜ୍ୟୋସ୍ନାରାଣୀ ପ୍ରଧାନ(୨୫) ଏବଂ ତାଙ୍କ ସ୍ବାମୀ ହେଲେ ସନ୍ତୋଷ ପ୍ରଧାନ(୩୦) । ସେମାନଙ୍କ ଘର ନୟାଗଡ ଜିଲା ଗଣିଆ ଥାନା ଜନକଝୋଲା ଗାଁରେ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ସ୍ଥାନୀୟଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ୍ ଭୋଇ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିବା ପରେ ରାସ୍ତାରୋକ ହଟିଥିଲା। ପୁରୁଣାକଟକ ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories