ଦ୍ୱାରଶୁଣି: ୪୯ ନମ୍ବର ଜାତୀୟ ରାଜପଥରେ ଏକ ପିକ୍ଅପ୍ ଭ୍ୟାନ ଓ ଏକ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି । ଶନିବାର ସକାଳ ପ୍ରାୟ୯ଟା ସମୟରେ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଟାୱାର ଢ଼ାବା ନିକଟରେ ପିକ୍ଅପ୍ ଭ୍ୟାନ ମୋଟର ସାଇକେଲକୁ ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ସାରସକଣା ବ୍ଲକ ଚାଉଳଘେରି ଗ୍ରାମର ତପନ ମହାନ୍ତ ବୋଲି ଜଣାପଡ଼ିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସ୍ଥାନୀୟ ଲୋକ ରାଜରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
Popular Categories



