www.samajalive.in
Sunday, December 7, 2025
23.1 C
Bhubaneswar

ବସକୁ ପଛରୁ ପିଟିଲା ଟ୍ରକ ; ଜଣେ ମୃତ, ୨୦ ଆହତ

କେନ୍ଦୁଝର : କେନ୍ଦୁଝର ଜିଲା କାଞ୍ଜିପାଣି ଘାଟିରେ ଏକ ସଡକ ଦୁର୍ଘଟଣା ହୋଇଛି। ଏକ ବସକୁ ପଛ ପଟୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ମୃତକ କେନ୍ଦୁଝର ଜିଲା ପିପିଳିଆ ଅଞ୍ଚଳର ଶିଶୁ ବୋଲି ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ୧୮ଜଣଙ୍କୁ କେନ୍ଦୁଝର ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ କେନ୍ଦୁଝରରୁ ରାଉରକେଲା ଯାଉଥିବା ଏକ ଘରୋଇ ବସକୁ ଲୁହାପଥର ବୋଝେଇ ହୋଇଥିବା ଟ୍ରକ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଏଥିରେ ୨୦ଜଣ ଆହତ ହୋଇଥିଲେ। କିନ୍ତୁ ଜଣେ ଶିଶୁ ବସ୍ ତଳେ ଚାପି ହୋଇଯାଇଥିଲା। ଖବର ପାଇ କାଞ୍ଜିପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ତେବେ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭରଙ୍କ କୌଣସି ପତ୍ତା ମିଳୁ ନ ଥିବା ଜଣାପଡିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories