www.samajalive.in
Monday, December 15, 2025
17.1 C
Bhubaneswar

ପୃଥକ ସଡକ ଦୁର୍ଘଟଣାରେ ୪ ଗୁରୁତର

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ ଅଧିନସ୍ଥ ଖୁଣ୍ଟାପଡା ମୁଣ୍ଡାସାହି ଛକ ଏବଂ ଛାମୁଣ୍ଡା ପଞ୍ଚାୟତ ମୁଖ୍ୟାଳୟର ହାଟପଦା ଛକ ଠାରେ ପୃଥକ ପୃଥକ ଦୁଇଟି ଦୁର୍ଘଟଣା ଘଟି ୪ଜଣ ଗୁରୁତର ହୋଇଛନ୍ତି । ସେଥିମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।
ଖୁଣ୍ଟାପଡା ମୁଣ୍ଡାସାହି ନିକଟରେ ଖୁଣ୍ଟାପଡା ପଞ୍ଚାୟତ କୁଲାଡେରା ଗ୍ରାମର ବିଷ୍ଣୁ ନାଏକ(୨୧) ଓ ବିଭିଷଣ ମୁଣ୍ଡା(୨୧) ବାଇକ ଯୋଗେ ତେଲକୋଇ ଆଡୁ ନିଜ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ସାଇକେଲ ଯୋଗେ ସଉଦା ପାଇଁ ଯାଉଥିବା ଖୁଣ୍ଟାପଡା ମୁଣ୍ଡାସାହିର ପିଣ୍ଟୁ ପେଣ୍ଠେଇ (୨୦)ଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମୋଟରସାଇକେଲ ଆରୋହୀ ଏବଂ ସାଇକେଲ ଆରୋହୀ ଗୁରୁତର ହୋଇ ପଡିରହିଥିବା ବେଳେ ଖବର ପାଇ ୧୦୮ରୋଗୀଯାନ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇଥିଲେ । ଅବସ୍ଥା ଗୁରୁତର ଥିବାରୁ ବିଷ୍ଣୁ ଓ ପିଣ୍ଟୁ ଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଛାମୁଣ୍ଡା ପଞ୍ଚାୟତ ମୁଖ୍ୟାଳୟର ହାଟ ପଡିଆ ନିକଟରେ ଅଟୋ ବାଇକ ମୁହାଁମୁହିଁ ହେବା ସହ ବାଇକ ଚାଳକଙ୍କ ମୁଣ୍ଡ ଉପରେ ଅଟୋ ଚଢିଯିବା ଫଳରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ବାଇକ ଆରୋହୀ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଫେରୀ ବ୍ୟବସାୟୀ ରଫିକ୍ଉଲ୍ଲ ମଣ୍ଡଲ (୪୨) । ରଫିକ ଫେରୀ ବ୍ୟବସାୟ ସାରି ଭଡାଘର ତେଲକୋଇକୁ ଆସୁଥିବା ବେଳେ ତେଲକୋଇ ପଟୁ ଜଗମୋହନପୁର ଆଡେ ଯାଉଥିବା ଅଟୋ ସହିତ ଦୁର୍ଘଟଣା ଘଟିଛି । ଘଟଣା ଘଟାଇ ଅଟୋଟି ଫେରାର ହୋଇଯାଇଥିବା ଜଣାପଡିଛି। ଗୁରୁତର ଫେରୀ ବ୍ୟବସାୟୀଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚାଇଥିଲେ ହେଁ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories