www.samajalive.in
Sunday, December 14, 2025
23.1 C
Bhubaneswar

ସୋମବାର ରାଶିଫଳ (୦୩/୦୧/୨୦୨୨)

ମେଷ : ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ ପୂର୍ବକ ଧର୍ମ ଅର୍ଜନ କରିପାରନ୍ତି। ଏତଦ୍‌ବ୍ୟତୀତ ପଶୁପାଳନ ଲାଭଜନକ ହେବ। ଅନ୍ୟାନ୍ୟ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। 

ବୃଷ : ଅସୁସ୍ଥତା ଅନୁଭବ କଲେ ବି ହାସ୍ୟପ୍ରିୟ ହୋଇପାରନ୍ତି। ପ୍ରେମ ଓ ପ୍ରୀତିପନ୍ନ ହୋଇପାରନ୍ତି। ଶୁଭକାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ମିଥୁନ : ପତ୍ନୀ ସୁଶ୍ରୀ, ଧନଯୁକ୍ତା, ରୂପବତୀ, ଗୁଣୀ, ବିନୟୀ ଓ ନୂତନ ବେଶଧାରୀ ହୋଇପାରନ୍ତି। ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ ଲାଭ ହୋଇପାରେ। ଅବିବାହିତଙ୍କ ସୁକନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ।

କର୍କଟ : ଗୃହସ୍ଥ ଜୀବନ ସୁଖମୟ ହେବ। ବ୍ରାହ୍ମଣ, ରାଜା, ସରକାର ଓ ମହାଜନଙ୍କ ସହିତ ଶତ୍ରୁଭାବ ସୃଷ୍ଟି ହେବ। ଅବଶେଷରେ ଶତ୍ରୁ ଉପରେ ବିଜୟ ହାସଲ କରି ମାନସିକ ଶାନ୍ତିକୁ ଫେରିପାଇବେ।

ସିଂହ : ସନ୍ତାନମାନେ ବିଦେଶଗାମୀ ଖାଦ୍ୟପ୍ରିୟ ଓ ପତ୍ନୀ ସ୍ନେହୀ ହୋଇପାରନ୍ତି। ବୁଦ୍ଧି ଚାଳନା କରି ଭଲ ରୋଜଗାର କରିବେ। ବିଦ୍ୟା ରୂପକ ମହାଧନ ଅର୍ଜନରେ ତତ୍ପର ହେବେ। ସନ୍ତାନ ପ୍ରାପ୍ତିର ସୂଚନା ମିଳୁଛି।

କନ୍ୟା : ପତ୍ନୀ ହେତୁକ ସୁଖଭୋଗୀ ହେବେ। ସେବା କାର୍ଯ୍ୟରୁ ଧନପ୍ରାପ୍ତି, ସରକାରୀ ସ୍ତରରୁ ଅର୍ଥପ୍ରାପ୍ତି ଓ ଅନୁଦାନର ସୂଚନା ମିଳୁଛି। ସୁସ୍ଥ ରହିବେ। କୃଷିକର୍ମରୁ ଲାଭ ମିଳିବ। ଗୃହ ପରିବେଶ ଉତ୍ତମ ହେବ।

ତୁଳା : କୁକର୍ମ ବର୍ଜନ କରି ସାମାଜିକ ଗୌରବ ଲାଭ କରିବେ। ଅସାଧ୍ୟ କାର୍ଯ୍ୟକୁ ସାଧନ କରିବାରେ ପାରଙ୍ଗମ ହେବେ। ମିତ୍ରଙ୍କୁ ପାପକର୍ମରୁ ଉଦ୍ଧାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।

ବିଛା : ଶସ୍ୟ, ମାଟି, ପଥର, ତୈଳ ଓ ପୋଷାକ ଆଦି ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ମତିମାନ୍‌ ହେବେ। ନିଃସ୍ବାର୍ଥପର ହୋଇପାରନ୍ତି। ବିବିଧ ଧନଯୁକ୍ତ ଓ କୀର୍ତ୍ତିମାନ୍‌ ହେବେ। ନିରୋଗ ରହିବେ।

ଧନୁ : ଧର୍ମ କ୍ରିୟାଯୁକ୍ତ, ବିନୟୀ, ଧାର୍ମିକ, ଯଶସ୍ବୀ, ବ୍ରତ ତତ୍ପର ଓ ରଣ କ୍ଷେତ୍ରରେ ଆଗୁସାର ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଗୁଣବାଣ ହୋଇପାରନ୍ତି। ସୁସ୍ଥ ରହିବେ।

ମକର : କୃଷି କର୍ମ ଦକ୍ଷ ହେବେ। ଧର୍ମକ୍ରିୟା ହେତୁକ ଧନ ବ୍ୟୟ କରିବେ। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ପାଖ ଲୋକଙ୍କୁ ପ୍ରଲୋଭିତ କରି ନିଜ ସେବାରେ ଲଗାଇ ପାରନ୍ତି। ପ୍ରିୟଭାଷୀ ହେବେ।

କୁମ୍ଭ : ସ୍ବକର୍ମରୁ, ନ୍ୟାୟ ଧର୍ମରୁ, ପରାକ୍ରମରୁ, ବିଦ୍ୟା ପ୍ରଭାବରୁ ଓ ସାଧୁସଙ୍ଗରୁ ଧନ, ଜନ, ଗୋପ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହେବେ। କର୍ମଚଞ୍ଚଳ ରହିବେ। ଛଦ୍ମବେଶୀଙ୍କୁ ଚିହ୍ନିବାରେ ପାରଙ୍ଗମ ହେବେ। ସୁଖୀ ହେବେ।

ମୀନ : ସାଧୁ ସେବା ନିରତ ହୋଇପାରନ୍ତି। ତୀର୍ଥ ପର୍ଯ୍ୟଟନର ସୁଯୋଗ ପ୍ରାପ୍ତ ହେବେ। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ପତ୍ନୀ ସୁବକ୍ତା ଓ କଥାକାର ହୋଇପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories