www.samajalive.in
Sunday, December 14, 2025
19.1 C
Bhubaneswar

ଆଜିଠୁ ପଶ୍ଚିମବଙ୍ଗରେ ସବୁ ଶିକ୍ଷାକେନ୍ଦ୍ର ବନ୍ଦ

ନୂଆଦିଲ୍ଲୀ : କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନକୁ ନେଇ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ବିଭିନ୍ନ ରାଜ୍ୟରେ ରାତ୍ରିକଟକଣା, ତାଲାବନ୍ଦ ଆଦି ଲାଗୁ ହୋଇଛି। ଏହି କ୍ରମରେ ପଶ୍ଚିମବଙ୍ଗ ସରକାର ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଛନ୍ତି । ଏହା ସହିତ ସ୍ପା, ସାଲୁନ, ବିୟୁଟି ପାର୍ଲର, ଚିଡିଆଖାନା, ଉଦ୍ୟାନ ଆଦିକୁ ମଧ୍ୟ ବନ୍ଦ କରାଯାଇଛି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡିକୁ ୫୦% କର୍ମଚାରୀଙ୍କୁ ଖୋଲିବାକୁ ପରାମର୍ଶ ଦିଆଯାଇଛି। ଅବଶିଷ୍ଟ ୫୦% କର୍ମଚାରୀଙ୍କୁ ଘରେ ରହି କାମ କରିବା (ୱାର୍କ ଫ୍ରମ୍ ହୋମ)କୁ ପରାମର୍ଶ ଦିଆଯାଇଛି । ସେହିପରି ସମସ୍ତ ପ୍ରଶାସନିକ ବୈଠକକୁ ଆଭାସି ମାଧ୍ୟମରେ ଆୟୋଜନ କରିବାକୁ ମୁଖ୍ୟ ଶାସନ ସଚିବ ଏଚ୍‌କେ ଦ୍ବିବେଦୀ ନିର୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାଧାରଣ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ। ଲୋକାଲ ଟ୍ରେନଗୁଡିକ ୫୦% ଯାତ୍ରୀଙ୍କୁ ନେଇ ଚଳାଚଳ କରିବ। ପଶ୍ଚିମବଙ୍ଗରୁ ନୂଆଦିଲ୍ଲୀ ମଧ୍ୟରେ ସପ୍ତାହକୁ ଦୁଇଥର ବିମାନ ଚଳାଚଳ କରିବ। ସିନେମାହଲ (ପ୍ରେକ୍ଷାଳୟ), ବାର୍‌, ଭୋଜନାଳୟଗୁଡିକ ୫୦% କ୍ଷମତାରେ ଖୋଲିବ। ସଭା ସମିତିରେ ସର୍ବାଧିକ ୨୦୦ ଲୋକ ଏକାଠି ହୋଇପାରିବେ। ଗତ ୨୪ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ୬,୧୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ କଲକାତା ସହରରେ ୩୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ ପ୍ରଶାସନ ମଧ୍ୟ ନୂଆ କରୋନା କଟକଣା ଲାଗୁ କରିଛି। କଟକଣା ଅଞ୍ଚଳ ଚଣ୍ଡିଗଡର ସମସ୍ତ ଭୋଜନାଳୟ, ସମ୍ମିଳନୀ କକ୍ଷ, ​ପ୍ରେକ୍ଷାଳୟ, ୫୦% ଦର୍ଶକଙ୍କୁ ନେଇ ଖୋଲିବ।
ଓମିକ୍ରନ ସଂକ୍ରମଣକୁ ନେଇ ହରିୟାଣା ଉଚ୍ଚ ଶିକ୍ଷାବିଭାଗ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ପରିଚାଳିତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଜାନୁଆରୀ ୧୨ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା ହୋଇଥିବାବେଳେ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉପସ୍ଥିତ ରହିବେ। ପିଲାମାନଙ୍କୁ ଆଭାସି ମାଧ୍ୟମରେ ଶିକ୍ଷାଦାନ କରାଯିବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories