କେନ୍ଦୁଝର: ଯାତ୍ରା ସାରି ଫେରୁଥିବା ବେଳେ ଏକ ଟ୍ରକ ଓଲଟି ପଡିଲା। ଏଥିରେ ୭ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଯାତ୍ରା ପାର୍ଟିର କିଛି ସାମଗ୍ରୀ ନଷ୍ଟ ହୋଇ ଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଏକ ଯାତ୍ରା ପାର୍ଟି ଦଳ ଯାତ୍ରା ସାରି ଫେରୁଥିବା ବେଳେ କେନ୍ଦୁଝର ଜିଲା ବାମେବାରୀ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।



