ବାଇକ୍ ଦୁର୍ଘଟଣାରେ ୨ ଜଣ ମୃତ, ଜଣେ ଆହତ

0

ସମ୍ବଲପୁର: ଯୁଯୁମୁରା ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିନାହିଁ । ଦୁଇ ଜଣଙ୍କ ମୃତଦେହ ରାସ୍ତାରେ ପଡି ରହିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଖବର ଦେଇଛନ୍ତି । ବାଇକରେ ତିନି ଜଣ ଯାଉଥିବା ବେଳେ ଏକ ଅଜଣା ଗାଡି ଏମାନଙ୍କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବେହୋସ ଅବସ୍ଥାରେ ରାସ୍ତାର ଏକ ପାର୍ଶ୍ବରେ ପଡିଥିବା ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି । ଆହତଙ୍କ ହୋସ୍ ଫେରିଲେ ସେମାନଙ୍କ ପରିଚୟ ମିଳିବା ସହ ଦୁର୍ଘଟଣା ବିଷୟରେ ଜଣାପଡିବ ବୋଲି ପୁଲିସ କହିଛି ।

 

 

Leave A Reply