www.samajalive.in
Monday, December 15, 2025
24.1 C
Bhubaneswar

ଆରପାରିରେ ଲୋକପ୍ରିୟ ବଙ୍ଗାଳି ଅଭିନେତା ଅଭିଷେକ ଚାଟାର୍ଜୀ

ନୂଆଦିଲ୍ଲୀ: ବଙ୍ଗଳା ସିନେଜଗତର ଲୋକପ୍ରିୟ ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ ଘଟିଛି। ହୃଦଘାତ କାରଣରୁ ୫୮ ବର୍ଷୀୟ ଅଭିନେତା ବୁଧବାର ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଅଭିଷେକଙ୍କ ମୃତ୍ୟୁ ବଙ୍ଗଳା ସିନେଜଗତକୁ ଏକ ଶକ୍ତ ଧକ୍କା ଦେଇଛି। ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଅଭିନୟ କରିଥିଲେ।

- Advertisement -

ସୂଚନା ମୁତାବକ, ଗତକାଲି ଅଭିନେତା ଏକ ଶୋ’ର ଶୁଟିଂ କରୁଥିଲେ। ଏହି ସମୟରେ ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଡାକ୍ତରଖାନା ନେଉଥିଲେ, କିନ୍ତୁ ଅଭିଷେକ ହସ୍ପିଟାଲ ଯିବା ପରିବର୍ତ୍ତେ ଘରକୁ ପଳାଇଥିଲେ। ଏହାପରେ ଅଭିନେତାଙ୍କ ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ ଓ ତାଙ୍କ ଚିକିତ୍ସା କରାଯାଇଥିଲା। ମାତ୍ର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

 

 

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories