www.samajalive.in
Saturday, December 6, 2025
17.1 C
Bhubaneswar

ପାକିସ୍ତାନ ; ହିନ୍ଦୁ ଯୁବତୀକୁ ହତ୍ୟା କରିଥିବା ଯୁବକ ଗିରଫ

କରାଚୀ : ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରାନ୍ତରେ ଜଣେ ୧୮ ବର୍ଷୀୟ ହିନ୍ଦୁ ଯୁବତୀ ଅପହରଣର ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ହତ୍ୟା କରିଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି। ସୋମବାର ସିନ୍ଧର ରୋହୀ, ସୁକ୍କୁରରେ ଏହି ହତ୍ୟାକାଣ୍ଡ ହୋଇଛି।
ଗତକାଲିର ରିପୋର୍ଟ ଅନୁଯାୟୀ, ସୁକ୍କୁର ପୁଲିସ ସନ୍ଦିଗ୍ଧକୁ ଗିରଫ କରିଛି।
ସୂଚନା ଅନୁଯାୟୀ,ଘଟଣା ଦିନ ଅଭିଯୁକ୍ତ ଜଣକ ନିଜର ଦୁଇ ସାଙ୍ଗ ସହ ବନ୍ଧୁକ ନେଇ ଉକ୍ତ ଯୁବତୀଙ୍କ ଘରେ ପ୍ରବେଶ କରିଥିଲେ। ଯୁବତୀଙ୍କୁ ଗୁଳିକରି ହତ୍ୟା କରିଥିଲେ। ଯୁବତୀ ଓ ତାଙ୍କ ପରିବାର ଅପହରଣ କରିବାକୁ ବିରୋଧ କରିଥିଲେ। ଉକ୍ତ ଯୁବତୀଙ୍କୁ ହତ୍ୟା ପରେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଅନେକ ଏହାର ତୀବ୍ର ନିନ୍ଦା କରିଥିବା ଜଣାପଡିଛି। ଅଭିଯୁକ୍ତକୁ ୧୦ ଦିନିଆ ରିମାଣ୍ଡରେ ପୁଲିସ ନେଇଛି। ଘଟଣାର ତଦନ୍ତ କରାଯିବା ସହ ବହୁ ଲୋକେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories