ଅଭିଷେକ ବାନାର୍ଜୀଙ୍କୁ ଇଡି ଜେରା

କଲକାତା : ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ୭ଘଣ୍ଟା ଜେରା କରିଛି। କୋଇଲା ଚୋରା ଚାଲାଣ ମାମଲାରେ ଇଡି ଅଭିଷେକଙ୍କୁ ଏହି ଜେରା କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ଜେରା ନିମନ୍ତେ ଆଜି ପୂର୍ବାହ୍ଣ ୧୧ଟା କଲକାତାର ସଲଟ୍‌ ଲେକସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଇଡିର ଜେରାକୁ ନେଇ ଅଭିଷେକ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଅଣବିଜେପି ଶାସିତ ରାଜ୍ୟ ସରକାରଗୁଡିକ ଭାଙ୍ଗିବାକୁ ଉଦ୍ୟମ ଚଳାଇଛନ୍ତି।

kalyan agarbati

Comments are closed.