www.samajalive.in
Saturday, December 6, 2025
14.1 C
Bhubaneswar

ଜନ୍ମଦିନ ବିଶେଷ : ୩୬ବର୍ଷରେ ପଦାର୍ପଣ କଲେ ଏ.ବି. ଡି’ଭିଲିଅର୍ସ, ବିରାଟଙ୍କ ଠାରୁ ରାହୁଲଙ୍କ ପର୍ଯ୍ୟନ୍ତ ଛୁଟିଲା ଶୁଭେଚ୍ଛାର ସୁଅ

– ୩୬ବର୍ଷରେ ପଦାର୍ପଣ କଲେ ଏବି.ଡିଭିଲିଅର୍ସ 
-ଅନ୍ତର୍ଜାତୀୟ କ୍ରିକେଟରୁ ୨୦୧୮ରୁ ଅବସର ନେଇସାରିଛନ୍ତି
-ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରେ ପ୍ରତ୍ୟାବର୍ତ୍ତନ ପାଇଁ ଚର୍ଚ୍ଚା
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିଅର୍ସ ସୋମବାର ୩୬ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ନିଜ ନାମରେ ଅନେକ ରେକର୍ଡ ସୃଷ୍ଟି କରିଥିବା ଏହି ଷ୍ଟାର ଖେଳାଳିଙ୍କୁ ସମଗ୍ର ବିଶ୍ବରେ ଥିବା କ୍ରିକେଟ ପ୍ରେମୀଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିଛି। ୨୦୧୮ରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି। ଡିଭିଲିୟରସ୍ ପ୍ରାୟ ୧୪ବର୍ଷ ପର୍ୟ୍ୟନ୍ତ ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ରିକେଟ ଖେଳିଛନ୍ତି। ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୨୦ହଜାରରୁ ଅଧିକ ରନ କରିଛନ୍ତି। ଏହାସହିତ କ୍ଷେତ୍ର ରକ୍ଷକ ଭାବେ ରେକର୍ଡ ମଧ୍ୟ କରିଛନ୍ତି।
ନିକଟରେ ଦକ୍ଷିଣ ଆଫ୍ରିକାର ପ୍ରଶିକ୍ଷକ ମାର୍କ ବାଉଚର ଡି’ଭିଲିଅର୍ସଙ୍କ ଟ୍ବେଣ୍ଟି-୨୦ ବିଶ୍ବକପରେ ପ୍ରତ୍ୟାବର୍ତ୍ତନକୁ ନେଇ ସୂଚନା ଦେଇଥିଲେ। ତେବେ ସେ ଚଳିତ ବର୍ଷ ଅଷ୍ଟ୍ରେିଲିଆରେ ହେବାକୁ ଥିବାର ଟ୍ବେଣ୍ଟି-୨୦ ବିଶ୍ବକପରେ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

- Advertisement -


ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍(ଆଇପିଏଲ୍)ରେ ରୟାଲ ଚ୍ୟାଲେଞ୍ଜରସ୍ ବେଙ୍ଗାଲୁରୁ(ଆରସିବି) ପକ୍ଷରୁ ଖେଳୁଥିବା ଏହି ଖେଳାଳିଙ୍କୁ ଆରସିବି ଏବଂ ଦଳର ଅଧିନାୟକ ବିରାଟ କୋହଲି ଟ୍ବିଟ୍ କରି ଅଭିନ୍ଦନ ଜଣାଇଛନ୍ତି।
ସେହିଭଳି ଟିମ୍ ଇଣ୍ଡିଆର ଇନଫର୍ମ ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲ ମଧ୍ୟ ତାଙ୍କୁ ଜନ୍ମଦିନର ଅଭିନ୍ଦନ ଜଣାଇଛନ୍ତି। ଏହାସହ ଖୁବଶୀଘ୍ର ଆଇପିଏଲରେ ଭେଟିବାକୁ ନେଇ ଟ୍ବିଟ୍ କରିଛନ୍ତି।


ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ମଧ୍ୟ ଡି’ଭିଲିଅର୍ସଙ୍କୁ ଟ୍ବିଟ୍ କରି ଭାଇ ସମ୍ବୋଧନ କରିବା ସହ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।


ଆଇସିସି ମଧ୍ୟ ଟ୍ବିଟ୍ କରି ଡି’ଭିଲିଅର୍ସଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories