www.samajalive.in
Friday, December 5, 2025
20.1 C
Bhubaneswar

୭୮ ବର୍ଷ ହେଲା ଜନଶୂନ୍ୟ ଦ୍ବୀପ

ଭ୍ରମଣପ୍ରିୟ ଲୋକେ ସାଧାରଣତଃ ଦ୍ବୀପ ପରି ନିରୋଳା ସ୍ଥାନକୁ ଯିବାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ଏହା ପଛର ପ୍ରମୁଖ କାରଣ ହେଲା ଏଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟ। ଏକ ସର୍ବେକ୍ଷଣରୁ ପ୍ରକାଶିତ ଯେ ପର୍ୟ୍ୟଟକମାନେ ପାଶ୍ଚାତ୍ୟ ରାଷ୍ଟ୍ର ଭ୍ରମଣ କରିବା ପରିବର୍ତ୍ତେ ଦ୍ବୀପକୁ ଅଧିକ ଯାତ୍ରା କରୁଥିବାର ଜଣାପଡ଼ିଛି। ଦ୍ବୀପର ଲୋକପ୍ରିୟତା ଶୀର୍ଷ ସ୍ଥାନରେ ଥିବା ସତ୍ତ୍ବେ ସ୍କଟଲାଣ୍ଡର ଏକ ଦ୍ବୀପ ଗତ ୭୮ବର୍ଷ ହେଲା ଜନଶୂନ୍ୟ ହୋଇପଡ଼ିଛି। ଦ୍ବୀପଟିର ନାମ ହେଉଛି ଗୁଇନାଇ। ୧୬୦୦ ଶତାବ୍ଦୀବେଳକୁ ସେସମୟର ଲୋକପ୍ରିୟ ଲେଖକ ଡିନ୍ ମୁନରୋ ଏହି ଦ୍ବୀପର ପ୍ରାକୃତିକ ସୌନ୍ଦର୍ୟ୍ୟକୁ ନେଇ ଏକ ପୁସ୍ତକ ରଚନା କରିଥିଲେ। ସବୁଜିମାରେ ଭରପୂର ଏହି ଦ୍ବୀପ ଅନେକ ବର୍ଷ ତଳେ ପର୍ୟ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା। ହେଲେ ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ଏଠାରେ ଲୋକସଂଖ୍ୟା ଶୂନ୍। ସେସମୟରେ ବ୍ରିଟେନ୍ ଏହି ଦ୍ବୀପ ଉପରେ ଆନ୍ଥ୍ରାକ୍ସ ଗ୍ୟାସ୍ ପରୀକ୍ଷା କରିଥିଲା। ଏହି ଗ୍ୟାସର ବିଷ ଖୁବ୍ କ୍ଷତିକାରକ ଥିଲା। ସ୍ଥାନୀୟ ବାସିନ୍ଦା ମାରାତ୍ମକ ରୋଗରେ ଆକ୍ରାନ୍ତ ହେବା ସହ ସମୟ କ୍ରମେ ଦ୍ବୀପଟି ଜନଶୂନ୍ୟ ହୋଇପଡ଼ିଛି। ସ୍ଥାନୀୟ ସରକାର ୧୯୯୦ବେଳକୁ ଦ୍ବୀପର ପରିବେଶ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଲା। ଦ୍ବୀପକୁ ସୁରକ୍ଷିତ ଘୋଷଣା କରାଯିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଦ୍ବୀପଟି ଜନଶୂନ୍ୟ ହୋଇ ରହିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories