www.samajalive.in
Monday, December 15, 2025
15.1 C
Bhubaneswar

ଆରମ୍ଭ ହେଲା ୱେବ୍ ଆଧାରିତ ସ୍ୱାସ୍ଥ୍ୟସେବା ଯୋଗାଣ ସମାଧାନ ଶୃଙ୍ଖଳ – ଆରୋଗ୍ୟପାଥ୍

ସମାଜ ପୋର୍ଟାଲ ଡେସ୍କ: ସ୍ୱାସ୍ଥ୍ୟସେବା ଯୋଗାଣ ଶୃଙ୍ଖଳ ପାଇଁ ଏକ ୱେବ୍‍ ଭିତ୍ତିକ ସମାଧାନ ଆରୋଗ୍ୟ ପାଥ୍‍ର ଆଜି ଶୁଭାରମ୍ଭ ହୋଇଛି। ଏହା ଉତ୍ପାଦନକାରୀ, ଯୋଗାଣକାରୀ ଓ ଗ୍ରାହକମାନଙ୍କୁ କୋଭିଡ୍‍ ନାଇଣ୍ଟିନ୍‍ର ଫଳପ୍ରଦ ମୁକାବିଲାରେ ସାହାଯ୍ୟ କରିବ। ଏହି ଜାତୀୟ ସ୍ୱାସ୍ଥ୍ୟ ସେବା ଯୋଗାଣ ଶୃଙ୍ଖଳ କୋଭିଡ୍‍ ନାଇଣ୍ଟିନ୍‍ ସମୟରେ ପୋର୍ଟାଲ୍‍ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଦେଖାଦେଉଥିବା ଅସୁବିଧାଗୁଡ଼ିକୁ ଦୂର କରିବ। ଆରୋଗ୍ୟ ପାଥ୍‍ ସ୍ଥାପନର ମୂଳ ଲକ୍ଷ୍ୟ ହେଉଛି, ଜାତୀୟ ସ୍ତରରେ ଏକ ସୂଚନା ପରିଚାଳନା ଓ ପୂର୍ବାନୁମାନ ଡାଟାବେସ ପ୍ଲାଟ୍‍ଫର୍ମ ସ୍ଥାପନ କରିବା। ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ମୁଖ୍ୟ ଆବଶ୍ୟକତାଗୁଡ଼ିକ ପାଇଁ ଚାହିଦା ଓ ଯୋଗାଣ କ୍ଷେତ୍ରରେ ଏହା ସାହାଯ୍ୟ କରିବ।

ଏହା ହସ୍ପିଟାଲ୍‍, ପାଥୋଲୋଜି ପରୀକ୍ଷାଗାର, ଗବେଷଣା ପ୍ରତିଷ୍ଠାନ, ମେଡିକାଲ୍‍ କଲେଜ୍‍ ଓ ରୋଗୀମାନଙ୍କୁ ସାହାଯ୍ୟ କରିପାରିବ। ଡାକ୍ତରୀ ସରଞ୍ଜାମ, ରୋଗ ନିରୂପଣ ଯନ୍ତ୍ରପାତି, ଔଷଧପତ୍ର, ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ, ଶ୍ୱାସକ୍ରିୟା ସହାୟତା ଯନ୍ତ୍ର ସମେତ ବିଭିନ୍ନ ଚିକିତ୍ସା ସାମଗ୍ରୀର ଆବଶ୍ୟକତା ଓ ଚାହିଦାର ପୂରଣ ପାଇଁ ଏହା ସେହିସବୁ ପଦାର୍ଥର ଯୋଗାଣକାରୀ, ଉତ୍ପାଦନକାରୀ, ଆମଦାନିକାରୀଙ୍କ ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିବ। ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ -ସି.ଏସ୍‍.ଆଇ.ଆର୍‍. କହିଛି, ଆରୋଗ୍ୟପାଥ୍‍ ଏକ ଜାତୀୟ ସ୍ୱାସ୍ଥ୍ୟସେବା ସୂଚନା ମଞ୍ଚ ହେବ। ଏହା ରୋଗୀମାନଙ୍କ ପାଖରେ ଉନ୍ନତମାନର ସ୍ୱାସ୍ଥ୍ୟସେବା କ୍ଷେତ୍ରର ସରଞ୍ଜାମ ପହଞ୍ଚାଇବାରେ ସହାୟତା କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories