www.samajalive.in
Wednesday, December 10, 2025
15.1 C
Bhubaneswar

ଦୁର୍ଘଟଣାରେ ମୃତ୍ୟୁ ପରେ ପରିବାରକୁ ସହାୟ ହେଲା ଏସବିଆଇ ଆରଡି ଶାଖା

ଆରଡି: ଏସବିଆଇ ଆରଡି ଶାଖାରେ ସାଆଁଳପୁର ଗାଁର ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ପତ୍ନି ଜ୍ଯୋସ୍ନାରାଣୀ ପ୍ରଧାନ (୪୭) ଗତ ୧ ବର୍ଷ ତଳେ ଦୁର୍ଘଟଣା ଜନିତ ବୀମା ନିମନ୍ତେ ୧୦୦ ଟଙ୍କା ଜମା କରିଥିଲେ।  ୨୦୨୦ ମସିହା ସେପ୍ଟେମ୍ବର ମାସ ୨ରେ ଏକ ବାଇକ ଯୋଗେ ଭଦ୍ରକ ଯାଉଥିବା ବେଳେ ଧୁଷୁରୀଥାନା ନିକଟସ୍ଥ ପନ୍ଦରଭାଟିଆ ଠାରେ ଦୁର୍ଘଟଣା ଘଟିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପରେ ୨୦୨୧ ମସିହା ନଭେମ୍ବର ୧୫ରେ ଆରଡି ଏସବିଆଇ ଶାଖାରେ ପରିବାର ଲୋକ ଦୁର୍ଘଟଣା ଜନିତ ବୀମାରାଶି ପାଇବା ପାଇଁ ଆବେଦନ କରିଥିଲେ।

ଏସବିଆଇ ବାଲେଶ୍ବରର ଆଞ୍ଚଳିକ ମହାପ୍ରବନ୍ଧକ ପ୍ରଦୀପ କୁମାର ରଥ ଅନୁମୋଦନ କରିବା ପରେ ମାତ୍ର ୧୩ ଦିନ ମଧ୍ୟରେ ଅର୍ଥାତ ମଙ୍ଗଳବାର ଆରଡି ଏସବିଆଇ ଶାଖାର ପରିଚାଳକ ଅୟସକାନ୍ତ ମାଝୀ, ଭଦ୍ରକ ଏସବିଆଇ ଜେନେରାଲ ଇନସୁରାନ୍ସର ବ୍ୟବସାୟୀକ ପରିଚାଳକ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ପରିବାର ଲୋକଙ୍କୁ ଦୁର୍ଘଟଣା ଜନିତ ବୀମାରାଶି ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ମୃତ ଜ୍ଯୋସ୍ନାରାଣୀର ଝିଅ ମନିକା ପ୍ରଧାନ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories