www.samajalive.in
Saturday, December 6, 2025
15.1 C
Bhubaneswar

ପାଳି ଖଟିବାକୁ ନେଇ ଶ୍ରୀମନ୍ଦିରରେ ଦୁଇ ସେବାୟତ ମୁହାଁମୁହିଁ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତ ମୁହାଁମୁହିଁ। ପାଳି ଖଟିବାକୁ କେନ୍ଦ୍ର କରି ଦୁଇ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦୁଇ ସେବାୟତ ହେଉଛନ୍ତି ଶ୍ୟାମ ପଣ୍ଡା ଓ ନରସିଂହ ପଣ୍ଡା। ବିମଳା ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ମାରପିଟ୍ ଯୋଗୁଁ  ଶ୍ୟାମ ପଣ୍ଡାଙ୍କ ଛାତି ଏବଂ ଆଖିରେ ଗଭୀର ଆଘାତ ଲାଗିଛି। ଉଭୟ ସେବାୟତଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ସିଂହଦ୍ୱାରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ସବୁ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories