www.samajalive.in
Saturday, December 6, 2025
15.1 C
Bhubaneswar

ଉତ୍‌କ୍ଷେପଣ ପରେ ବିସ୍ଫୋରଣ ହେଲା ରକେଟ୍‌; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜାପାନରେ ଏକ ଘରୋଇ କମ୍ପାନୀ ଦ୍ୱାରା ମହାକାଶକୁ ପଠାଯାଉଥିବା ରକେଟ୍‌ରେ ବିସ୍ଫୋରଣ ଘଟିଛି। ବୁଧବାର ଉତ୍‌କ୍ଷେପଣ ହେବାର ତୁରନ୍ତ ପରେ ଏହି ରକେଟ୍‌ରେ ବିସ୍ଫୋରଣ ହୋଇଥିଲା। ପବ୍ଲିକ ବ୍ରଡକାଷ୍ଟର ଏନଏଚକେ ରକେଟ୍ ବିସ୍ଫୋରଣର ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ରକେଟରୁ ନିଆଁ ଓ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି। ଟୋକିଓ ଷ୍ଟାର୍ଟଅପ୍ ସ୍ପେସ୍ ୱାନ୍‌ର ଲକ୍ଷ୍ୟ ଥିଲା ସାଟେଲାଇଟ୍‌କୁ ସଫଳତାର ସହ କକ୍ଷପଥରେ ସ୍ଥାନିତ କରିଥିବା ପ୍ରଥମ ଘରୋଇ ଜାପାନୀ କମ୍ପାନୀ ଭାବେ ପ୍ରସିଦ୍ଧି ଲାଭ କରିବା। କିନ୍ତୁ ତା’ର ଏହି ମିଶନ୍‌ ବିଫଳ ହୋଇଗଲା। ଜାପାନର ପଶ୍ଚିମାଞ୍ଚଳରୁ ଏହି ରକେଟ୍ ଉତକ୍ଷେପଣ କରାଯାଇଥିଲା। ଉତ୍‌କ୍ଷେପଣର ତୁରନ୍ତ ପରେ ଏହି ରକେଟ୍‌ର ବିସ୍ଫୋରଣ ଯୋଗୁ ଜାପାନୀ ଘରୋଇ କମ୍ପାନୀର ଉଦ୍ୟମକୁ ମଧ୍ୟ ବଡ଼ ଝଟ୍‌କା ଲାଗିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories