ଆସିଗଲା କରୋନା ଭୂତାଣୁ ବିନାଶକ ମାସ୍କ ‘ଜି୯୯+‘: ଜାଣନ୍ତୁ ଏହାର ଉପକାରୀ ଗୁଣ ଓ ମୂଲ୍ୟ

କରୋନା ସଂକ୍ରମଣ ରୋକିବା ଲାଗି ମାସ୍କ ସବୁଠାରୁ ବଡ଼ ଆବଶ୍ୟକତା । ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ଵ ବଜାୟ ରଖିବା ଓ ମାସ୍କ ପିନ୍ଧିବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଇତିମଧ୍ୟରେ ମୁମ୍ବାଇର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏକ ଫେସ ମାସ୍କ ପ୍ରସ୍ତୁତ କରିଛନ୍ତି ଯାହା କରୋନା ଭୂତାଣୁକୁ ମାରିପାରିବ । ଏହି ମାସ୍କ ଉପରେ ଭୂତାଣୁ ୫ ମିନିଟରୁ ଅଧିକ ବଞ୍ଚି ପାରିବ ନାହିଁ । କେବଳ ସେତିକି ନୁହେଁ ଏହି ମାସ୍କକୁ ୬୦ରୁ ୧୫୦ ଥର ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ ।

prayash

ସୂଚନା ଅନୁଯାୟୀ, ମୁମ୍ବାଇର ଏକ ଷ୍ଟାର୍ଟଅପ୍ ଥର୍ମାନ୍ସ ଏହି ମାସ୍କ ତିଆରି କରିଛି। ଏହି ମାସ୍କ  କରୋନା ଜୀବାଣୁକୁ ପାଟି ଏବଂ ନାକ ଦେଇ ଶରୀରକୁ ପ୍ରବେଶ କରିବାରେ ରୋକିବାକୁ କେବଳ ସମର୍ଥ ହୁଏନାହିଁ  ବରଂ ମାସ୍କର ବାହ୍ ସ୍ତରରେ ଲାଗିଥିବା ଜୀବାଣୁକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବିଲୋପ କରିଥାଏ ।  ଏହି ମାସ୍କକୁ ଆନ୍ତର୍ଜାତୀୟ ସଂଗଠନ ଫର୍ ଷ୍ଟାଣ୍ଡାର୍ଡାଇଜେସନ୍ ସାର୍ଟିଫାଏଡ୍ ଆମେରିକୀୟ ଲାବୋରେଟୋରୀ ଏବଂ ଭାରତରେ ଟେଷ୍ଟ୍ କାଲିବ୍ରେସନ୍ ଲାବୋରେଟୋରୀ ପାଇଁ ନ୍ୟାସନାଲ୍ ଆକ୍ରିଡେସନ୍ ବୋର୍ଡ ସ୍ୱୀକୃତି ଦେଇଥିବା ଷ୍ଟାର୍ଟଅପ୍ କମ୍ପାନୀ ଦାବି କରିଛି ।  ଯେଉଁ କପଡାରେ ମାସ୍କ ତିଆରି କରାଯାଇଛି, ସେଥିରେ ନାନୋଟେକ୍ନୋଲୋଜି ବ୍ୟବହାର କରାଯାଇଛି |

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବାୟୁରେ ବିଚରଣ କରୁଥିବା ବା ସଂକ୍ରମିତଠାରୁ ବାହାରୁଥିବ ଭୂତାଣୁ ମାସ୍କରେ ଅଟକି ଯାଏ ଓ ମାସ୍କକୁ ଧରିବା ବା କାଢ଼ିବା ବେଳେ ତାହା ହାତ ଜରିଆରେ ଶରୀରରେ ପ୍ରବେଶ କରିଥାଏ । ମାତ୍ର ଏହି ନୂତନ ପ୍ରସ୍ତୁତ ମାସ୍କ ସଂସ୍ପର୍ଶରେ ଆସୁଥିବା ଭୂତାଣୁ ମରି ଯାଇଥାଆନ୍ତି । ୫ ମିନିଟ୍ ମଧ୍ୟରେ ୯୩% ଓ ୧ ଘଣ୍ଟା ମଧ୍ୟରେ ୯୯.୯୯ % ଭୂତାଣୁ ମରିଯାଆନ୍ତି । ତେଣୁ ଆଉ ସଂକ୍ରମଣର ଭୟ ନ ଥାଏ । ଏହାର ମୂଲ୍ୟ ୩୦୦ରୁ ୫୦୦ ଟଙ୍କା ମଧ୍ୟରେ ରହିଛି ଏବଂ ଏହା ୬୦ରୁ ୧୫୦ ଥର ପର୍ଯ୍ୟନ୍ତ ବ୍ୟବହାରକ୍ଷମ ବୋଲି କମ୍ପାନୀ ଦାବି କରିଛି ।

Comments are closed.