www.samajalive.in
Saturday, December 6, 2025
15.1 C
Bhubaneswar

ହ୍ୱାଟ୍ସଆପ୍‌‌ ସ୍କାମ୍‌‌ରେ ଫଶି ୧କୋଟି ହରାଇଲେ; ଏଭଳି ଭୁଲ୍‌‌ ଆପଣ କରନ୍ତୁ ନାହିଁ

ନୂଆଦିଲ୍ଲୀ: ହ୍ୱାଟ୍ସଆପର ଲୋକପ୍ରିୟତା କାହାକୁ ଅଛପା ନାହିଁ। ହେଲେ ଏହି ମେସେଜିଂ ଆପ୍‌‌ ଚଳାଇବା ଜଣେ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇଛି। ଏହି ଆପ୍‌‌ରେ ସାଇବର ଠକେଇର ଶିକାର ହୋଇ ବ୍ୟକ୍ତି ଜଣଙ୍କ ୧କୋଟିରୁ ଅଧିକ ଟଙ୍କା ହରାଇଛନ୍ତି। ଦିଲ୍ଲୀରୁ ଆସିଛି ଏହି ସାଇବର ଠକେଇ ମାମଲା। ଉତ୍ତର-ପଶ୍ଚିମ ଦିଲ୍ଲୀରେ ରହୁଥିବା ଜଣେ ବ୍ୟକ୍ତି ୧କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏହି ଠକେଇ ଏକ ହ୍ୱାଟ୍ସଆପ୍‌‌ ଗ୍ରୁପରୁ ଆରମ୍ଭ ହୋଇଥିବା ଏକ ମିଡ଼ିଆ ରିପୋର୍ଟରୁ ଜଣାପଡିଛି।

ଅଭିଯୋଗକାରୀ ପୁଲିସକୁ ସୂଚନା ଦେଇଛନ୍ତି ଯେ ତାଙ୍କୁ ଏକ ହ୍ୱାଟ୍ସଆପ୍‌‌ ଗ୍ରୁପରେ ପ୍ରଥମେ ସାମିଲ କରାଯାଇଥିଲା। ଏହି ଗ୍ରୁପରେ କୁହାଯାଇଥିଲା ଯେ ଏହା ଏକ ଅଫଲାଇନ୍‌‌ ନିବେଶ ଅନୁସନ୍ଧାନ ଗ୍ରୁପ୍‌‌ ଅଟେ। ପ୍ରଥମେ ଏହି ଗ୍ରୁପରେ ୧୫୦ଜଣ ସଦସ୍ୟ ରହିଥିଲେ। ଗ୍ରୁପରେ ଷ୍ଟକ୍‌‌ ମାର୍କେଟ ଓ ସେୟାର ବଜାର ସମ୍ବନ୍ଧୀୟ ଟିପ୍ସ ଦିଆଯାଉଥିଲା। ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଗ୍ରୁପରେ ସଦସ୍ୟଙ୍କ ଭରସା ଜିତିବା ପରେ ସେୟାର ମାର୍କେଟ ଓ ଷ୍ଟକ୍‌‌ ମାର୍କେଟରେ ନିବେଶ ପାଇଁ ଲୋଭନୀୟ ଅଫର ଦିଆଯାଉଥିଲା। କିଛି ସଦସ୍ୟ ଏଥିରେ ବିଶ୍ୱାସ କରି ଟଙ୍କା ନିବେଶ କରିଥିଲେ। ପ୍ରଥମେ ୫୦ହଜାର ଟଙ୍କା ନିବେଶ କରିଥିଲେ ଜଣେ ବ୍ୟକ୍ତି। ହେଲେ ସାଇବର ଠକମାନେ ଅଧିକ ଟଙ୍କା ନିବେଶ କରିବାକୁ କହିଥିଲେ।

- Advertisement -

ଅଧିକ ଅର୍ଥ ବିନିଯୋଗ କରିଲେ ଭଲ ଲାଭ ମିଳିବ ବୋଲି କହି ପରେ ଟଙ୍କା ଉଠାଇବା ସମ୍ଭବ ହୋଇନଥିଲା। ଆହୁରି ଟଙ୍କା ନିବେଶ କଲେ ରିର୍ଟଣ୍ଣ ଭଲ ଆସିବ କହିଥିଲେ ସାଇବର ଠକ। ଏହାପରେ ପୀଡିତ ବ୍ୟକ୍ତି ଜଣଙ୍କ ୧କୋଟି ୧୩ଲକ୍ଷ ଟଙ୍କା ଏକା ଥରେ ନିବେଶ କରିଥିଲେ। ଏହାପରେ ବ୍ୟକ୍ତି ଜଣଙ୍କୁ ଜ୍ଞାତ ହୋଇଥିଲା ଯେ ସେ ସାଇବର ଠକେଇର ଶିକାର ହୋଇଛନ୍ତି। ପୁଲିସ ନିକଟକୁ ଯାଇ ପୁରା ମାମଲା ସମ୍ପର୍କରେ ଅଭିଯୋଗ କରିଥିଲେ ପୀଡିତ ବ୍ୟକ୍ତି। ୫୫ଦିନ ପର୍ଯ୍ୟନ୍ତ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଏଭଳି ଠକେଇର ଶିକାର ହୋଇଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories