www.samajalive.in
Saturday, December 6, 2025
16.1 C
Bhubaneswar

ତାଣ୍ଡବ ରଚିଲା ବଣୁଆ ହାତୀ: ଭାଙ୍ଗିଲା ଘର, ନଷ୍ଟ କଲା ଫସଲ

କଲମପୁର: କଲମପୁର ବ୍ଲକ ଅଧିନସ୍ଥ ଘୋଡାବନ୍ଧା, କସାବାହୀ, ଗଞ୍ଜେଇଗୁଡା ଏବଂ ଘର୍ଲା ଅଞ୍ଚଳରେ ଏବେ ବଣୁଆ ହାତୀର ପ୍ରକୋପ ଦେଖିବାକୁ ମିଳିଛି। ଦୀର୍ଘ ୧୫ ଦିନ ଧରି ଏକ ଗୋଠ ଛଡା ବଣୁଆ ହାତୀ ଆସି ଏସବୁ ଅଞ୍ଚଳର ବ୍ୟାପକ ଫସଲ ନଷ୍ଟ କରିଛି। ମଙ୍ଗଳବାର ସଂଧ୍ୟା ନ ହେଉଣୁ ବଣୁଆ ହାତୀଟି ଘର୍ଲା କେନାଲପଡ଼ା ନିକଟସ୍ଥ ଆମ୍ବ ବଗିଚାରେ ପହଞ୍ଚିଥିଲା। ପଡ଼ାର ଲୋକେ ଭୟଭୀତ ହେଇ ନିଜ ନିଜ ପିଲା ଛୁଆଙ୍କୁ ନେଇ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପାର ହୋଇ ରାସ୍ତା ଉପରେ ପଟି ପକାଇ ସାରା ରାତି ଭୋକ ଉପାସରେ ବସି ରହିଥିଲେ। ହାତୀ କିନ୍ତୁ ତାଣ୍ଡବ ରଚିଥିଲା। ଭୀଷ୍ମ ମାଝୀଙ୍କ ଧାନ ଫସଲ ସମେତ ଘୋଡାବନ୍ଧା ଗ୍ରାମର କିଛି ଚାଷୀଙ୍କ ପନିପରିବା ଚାଷ ନଷ୍ଟ କରିଥିଲା। ଭୋର ସମୟରେ ଜଙ୍ଗଲକୁ ଫେରିବା ବେଲେ ମଧୁସୂଦନ ବାଗ ନାମକ ଜନୈକ ବ୍ୟକ୍ତିଙ୍କ ବଗିଚାରେ ଥିବା ଏକ କୁଡିଆ ଘରକୁ ଭାଙ୍ଗି ଦେଇଥିଲା। ଦୀର୍ଘ ୧୫ ଦିନ ହେବ ରୀତିମତ ଗୋଠ ଛଡା ବଣୁଆ ହାତୀ ତା’ର ରାଜୁତି ଚଳାଇଛି। ଏନେଇ ବାରମ୍ବାର ‘ସମାଜ’ ଖବର କାଗଜରେ ଖବର ପ୍ରକାଶିତ ହେଉଛି। କିନ୍ତୁ ବନ ବିଭାଗ ନିରବ ଦ୍ରଷ୍ଟା ସାଜିଛି। କେବଳ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତି ପୂରଣର ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇ ନିରବ ରହିଯାଉଛନ୍ତି। ଆଗାମୀ ଦିନରେ ଜନ ଜୀବନ ପ୍ରତି ବିପଦ ଦେଖାଦେଲେ ଦାୟୀ ରହିବ କିଏ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ? ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବାର ବ୍ୟବସ୍ଥା କରାଯାଉ ନ ଥିବାରୁ ଏ ଅଞ୍ଚଳର ଜନ ଜୀବନ ପ୍ରତି ବିପଦ ରହିଛି।

ଅନ୍ୟପଟେ ଜଙ୍ଗଲ ପାଦ ଦେଶରେ ଥିବା ଘୋଡାବନ୍ଧା, ଗଞ୍ଜେଇଗୁଡା, ଘର୍ଲା ଆଦି ଅଞ୍ଚଳରେ ହାତୀ ଉତ୍ପାତ ଜାରି ରହିଛି। ବନ ବିଭାଗର ହାତୀ ସୂଚନା ପାଇବା ମାତ୍ରେ ସମଗ୍ର ବଙ୍କାପଲା ଫିଡରରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଥିବାରୁ ବଙ୍କାପଲା, ଦେପରୁ, ଇଛାପୁର, ବାବୁକେନ୍ଦୁଗୁଡା, ବାଲିଛଡା ଆଦି ଗ୍ରାମବାସୀ ପ୍ରଭାବିତ ହେଉଛନ୍ତି। ତେଣୁ ବିଦ୍ୟୁତ୍‌‌ ବିଭାଗ ବନ ବିଭାଗଠାରୁ ସଂଧ୍ୟା ସୁଦ୍ଧା ହାତୀର ଗତିବିଧି ନେଇ ସୂଚନା ପାଇବା ପରେ ହାତୀ ଚଳ ପ୍ରଚଳ କରୁଥିବା ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସ୍ୱଭାବିକ ରଖିବା ପାଇଁ ସାଧାରଣରେ ଦାବି ହେଉଛି। ହାତୀ ଭୟରେ ମଙ୍ଗଳବାର ସଂଧ୍ୟାରେ ନିଜ ନିଜ ଘର ଛାଡ଼ି ସାରା ରାତି ଏକ ପଟି ବିଛାଇ ୫ ପରିବାର ଭୋକ ଉପାସରେ ପଡ଼ି ରହିଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories