ବିଲେଇକୁ ଡରି ରାସ୍ତା ବଦଳାଇଲା ପୋଷା କୁକୁର; ଦେଖନ୍ତୁ ଭିଡ଼ିଓ

ସାଧାରଣତଃ କୁକୁର ବିଲେଇକୁ ଡରି ପଳାଇଥିବା ଆପଣ ଦେଖିଥିବେ। ହେଲେ କେବେ କୌଣସି ବିଲେଇକୁ ଡରି କୁକୁର ଜଣଙ୍କ ଅଲଗା ବାଟରେ ଯାଉଥିବା ଦେଖିଛନ୍ତି କି। ଆଜ୍ଞା ହଁ ଆପଣ ଏଠାରେ ଦେଖୁଥିବା ଭିଡ଼ିଓରେ କିଛି ଏଭଳି ଦୃଶ୍ୟ ରହିଛି। ଭଲ ଭାବରେ ଦେଖନ୍ତୁ ଏହି ଭିଡ଼ିଓ। ରାସ୍ତାରେ ବିଲେଇଟି ବସି ରହିଥିବା ବେଳେ ସେହି ପଟେ ଯିବାକୁ ଆସିଥିବା ଗୋଟିଏ ପୋଷା କୁକୁର ବିଲେଇକୁ ଦେଖିବା ମାତ୍ରେ ଅଟକି ଯାଇଥିଲା। ସେହି ରାସ୍ତା ପଟେ ଯିବ କଣ ଓଲଟା ବିଲେଇକୁ ଡରି ଅଟକି ଯାଇଥିଲା କୁକୁର। ଯିବାକୁ ଯେତେ ସାହସ କରିଥିଲେ ସୁଦ୍ଧା ବିଲେଇର ଚାହାଣୀ ଦେଖି ସାହସ ଜୁଟାଇ ପାରିନଥିଲା କୁକୁର। ଶେଷରେ ଅନ୍ୟ ଏକ ବାଟ ଦେଇ ପଳାଇଥିଲା।

Comments are closed.