www.samajalive.in
Saturday, December 6, 2025
16.1 C
Bhubaneswar

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

କଲମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ। କଲମପୁର ପରୁଆଗୁଡା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଗାଁର ଜଣେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି। ଫଳରେ ମହିଳାଙ୍କ ପେଟ ଏବଂ ଛାତିରେ ଗଭୀର ଆଘାତ ଲାଗିଛି।  ଜଣେ ୬ ମାସର ଶିଶୁ ମଧ୍ୟ ଆହତ ହୋଇଛି। ସୂଚନା ଅନୁସାରେ ପରୁଆଗୁଡ଼ା ଗାଁର  ବିଶ୍ଵନାଥ ପଟେଲ ଏବଂ ଦୈତାରି ପଟେଲଙ୍କ ପରିବାର ମଧ୍ୟରେ ଏକ ଘର ଜାଗାବାଡିକୁ ନେଇ ପୂର୍ବ ଶତୃତା ରହିଥିଲା। ଏହି ଶତୃତାକୁ କେନ୍ଦ୍ରକରି ଆଜି  ସକାଳେ ବିଶ୍ଵନାଥଙ୍କ ପରିବାରର କେହି ନଥିବାବେଳେ ଦୈତାରି ଏକ ଧାରୁଆ ଅସ୍ତ୍ରରେ ବିଶ୍ଵନାଥଙ୍କ ପତ୍ନୀ କୃଷ୍ଣ ପ୍ରିୟାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ କୃଷ୍ଣପ୍ରୀୟାଙ୍କ ଅନ୍ତଃ ବୁଜୁଳା ବାହାରି ଯାଇଥିବା ବେଳେ ଛାତିରେ ଗଭୀର ଆଘାତ ଲାଗିଛି ।  ଗୁରୁତର ଅବସ୍ଥାରେ ତାଙ୍କୁ କଲମପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories