www.samajalive.in
Sunday, December 7, 2025
23.1 C
Bhubaneswar

ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡିଶାରେ ଆରମ୍ଭ ହେବ ଅଭିଯାନ

ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ଏକ ଭବ୍ୟ ବିଶ୍ୱସ୍ତରୀୟ ମନ୍ଦିର ନିର୍ମାଣ ନିମନ୍ତେ ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ(ଟ୍ରଷ୍ଟ) ଭାରତବର୍ଷର କୋଟି କୋଟି ରାମଭକ୍ତଙ୍କ ସହାୟତା ଲୋଡିଛି। ଏହି ମନ୍ଦିର ବିଶ୍ୱର ସମସ୍ତ ରାମଭକ୍ତଙ୍କୁ ଯୋଡିବା ପାଇଁ ଏକ ସେତୁ ପରି କାମ କରିବ। ଏ ନେଇ ମକର ସଂକ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ନିଧି ସମର୍ପଣ ଏବଂ ସଂପର୍କ ଅଭିଯାନ କରାଯିବ। ଚଳିତ ମାସ ୧୫ରୁ ଫେବୃୟାରୀ ୨୭ ପର୍ଯ୍ୟନ୍ତ ଏହା ଚାଲିବ। ପ୍ରତି ରାଜ୍ୟରେ ଗଠିତ ଶ୍ରୀରାମ ଜନ୍ମ ମନ୍ଦିର ନିଧି ସମର୍ପଣ ସମିତି ଏଥି ପାଇଁ ୧୫ଦିନ ବ୍ୟାପି ସ୍ୱତନ୍ତ୍ର ଅଭିଯାନ ଚଳାଇବ। ଏହି କ୍ରମରେ ପୂର୍ବ ଓଡିଶାରେ ଜାନୁୟାରୀ ୧୫ ତାରିଖରୁ ଜାନୁୟାରୀ ୩୦ ତାରିଖ ଓ ପଶ୍ଚିମ ଓଡିଶାରେ ଜାନୁଆରୀ ୨୫ରୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଓଡିଶାର ସମ୍ପାଦକ ଗୋପାଳ ପ୍ରସାଦ ମହାପାତ୍ର କହିଛନ୍ତି।

ସେ କହିଛନ୍ତି, ଓଡିଶାର ୫୧ ହଜାର ଗାଁର ଲୋକମାନେ ଯେପରି ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ହେବାକୁ ଥିବା ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ ହୋଇ ପାରିବେ ସେଥିପାଇଁ ସମିତି ତରଫରୁ ଜିଲ୍ଲା, ତହସିଲ, ପଂଚାୟତ ଓ ଗାଁରେ ସମିତି ଗଠନ କରାଯାଇଛି। ପୂର୍ବ ଓଡିଶାରେ କାର୍ଯ୍ୟକର୍ତାମାନଙ୍କ ମାଧ୍ୟମରେ ୧୬ଟି ଜିଲ୍ଲାର ୩୨ ହଜାର ଗାଁକୁ ସଂପର୍କ କରାଯିବ। ସେହିପରି ପଶ୍ଚିମ ଓଡିଶାରେ ୧୪ଟି ଜିଲ୍ଲାରେ ୧୯ ହଜାର ୭ଟି ଗାଁକୁ ସଂପର୍କ କରାଯିବ ବୋଲି ଯୋଜନା କରାଯାଇଛି। ଓଡିଶାରେ ୩ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ସଂପର୍କ କରାଯାଇ ନିଧି ସଂଗ୍ରହ କରାଯିବ ବୋଲି ସ୍ଥିର କରାଯାଇଛି। ସମିତିର କର୍ମକର୍ତାମାନେ ଘରକୁ ଘର ଯାଇ ସଂପର୍କ କରିବା ସହିତ ନିଧି ସଂଗ୍ରହ କରିବେ। ଏଥିପାଇଁ ୧୦,୧୦୦ ଓ ୧୦୦୦ ଟଂକା ପରିମାଣର କୁପନ ତିଆରି କରାଯାଇଛି। ଏତଦ୍‍ ବ୍ୟତୀତ ନିର୍ଦ୍ଧାରିତ କୁପନ ପରିମାଣରୁ ଅଧିକ ରାଶି ସମର୍ପଣ ପାଇଁ ରସିଦର ବ୍ୟବସ୍ଥା ମଧ୍ୟ କରାଯାଇଅଛି।

- Advertisement -

ଏହି ଭବ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ, ସ୍ୱାମୀ ପ୍ରଜ୍ଞନାନନ୍ଦ, ସ୍ୱାମୀ ଶଙ୍କରାନନ୍ଦ ଗିରି, ସନ୍ଥ ନିତ୍ୟାନନ୍ଦ ଦାସ, ଅବିନାଶ ବାବା, ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ, ସ୍ୱାମୀ ତେଜୋମୟାନନ୍ଦ, ସ୍ୱାମୀ ସନ୍ଥ ଗିରି ପ୍ରମୁଖ ସନ୍ଥମାନଙ୍କୁ ନେଇ ଗଠିତ ମାର୍ଗ -ଦର୍ଶକ ମଣ୍ଡଳୀଙ୍କ ଦ୍ୱାରା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଗଠନ କରାଯାଇଛି। ଯେଉଁଥିରେ ପ୍ରଫେସର ଡଃ.ପ୍ରଫୁଲ୍ଲ କୁମାର ମିଶ୍ର ଅଧ୍ୟକ୍ଷ, ମନସୁଖଲାଲା ସେଠିଆ ଓ ହରିଶ୍ଚନ୍ଦ୍ର ପରିଡା ଉପାଧ୍ୟକ୍ଷ, ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ସଂପାଦକ ଏବଂ ମହେଶ ସାହୁ ଓ ସୁଧିର ରଂଜନ ବହିଦାର ସହ ସଂପାଦକ ଅଛନ୍ତି। ଏଥି ସହିତ ସମାଜର ୨୧ଜଣ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ସମିତିରେ ସଦସ୍ୟ ଅଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories