www.samajalive.in
Sunday, December 7, 2025
14.1 C
Bhubaneswar

ଜରାନିବାସର ବୟୋଜ୍ୟେଷ୍ଠ ନାଗରିକ ଓ ଭିକାରୀ ହେବେ କ୍ୟାଲେଣ୍ଡର ମଡେଲ

କଲକାତା: ନୂଆ ବର୍ଷର କ୍ୟାଲେଣ୍ଡରରେ ଆପଣ କିପରି ଫଟୋ ଦେଖିବାକୁ ଚାହୁଁଛନ୍ତି? ସାଧାରଣତଃ ନୂଆ ବର୍ଷର କ୍ୟାଲେଣ୍ଡରରେ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଅଥବା ସୁନ୍ଦର ମଡ଼େଲକୁ ସ୍ଥାନ ଦିଆଯାଇ ଥାଏ। ତେବେ ୨୦୧୯ନୂଆ ବର୍ଷ ଆପଣଙ୍କ ପାଇଁ ଆଣିବ ନୂଆ ବ୍ୟତିକ୍ରମ। “ବାଇ ଉମରା’ ନାମକ ଏକ ସଂଗଠନ ରାସ୍ତା ପାଶ୍ୱର୍ର ଭିକାରୀ ଓ ଜରା ନିବାସର ବୃଦ୍ଧା, ବୃଦ୍ଧଙ୍କୁ ନୂଆ ବର୍ଷର କ୍ୟାଲେଣ୍ଡର ପାଇଁ ମଡ଼େଲ ଭାବେ ମନୋନୀତ କରିଛନ୍ତି। ଏଭଳି ପ୍ରୟାସ ଅସହାୟଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବ ବୋଲି କହିଛନ୍ତି ଫେସନ ଡିଜାଇନର ଅଗ୍ନୀମିତ୍ର ପଲ। ଆଜିର ଦୈନନ୍ଦିନ ଯୁଗରେ “କିଂ ଫିସର’ କ୍ୟାଲେଣ୍ଡରରେ ସୁନ୍ଦରୀ ତରୁଣୀ ଓ ମଡ଼େଲଙ୍କୁ ସ୍ଥାନ ଦିଆଯାଉଛି। ହେଲେ ବାସ୍ତବତାକୁ ତୋଳି ଧରିବାକୁ ହେଲେ ରାସ୍ତା ପାଶ୍ୱର୍ର ଅସହାୟ ବୟୋଜ୍ୟେଷ୍ଠଙ୍କ ଜୀବନଶୈଳୀକୁ ଦେଶବାସୀଙ୍କ ସମ୍ମୁଖରେ ଆଣିବାର ସମୟ ଆସିଛି। ଏଭଳି ପ୍ରୟାସ ଆଗାମୀ ଦିନରେ କେତେ ଦୂର ସଫଳ ହେବ ତାହା ୨୦୧୯ କ୍ୟାଲେଣ୍ଡରରୁ ଜଣା ପଡ଼ିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories