nua o banner

କଛପ ଗତିରେ ଚାଲିଛି ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ ପୁନରୁଦ୍ଧାର ଓ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ

BSKY banner  750×100
0

ଆରଡି :  ରାଜ୍ୟର ପ୍ରମୁଖ ଶୈବ ପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ନୀତିକାନ୍ତି ଓ ଜଳସେବା ପାଇଁ ମନ୍ଦିର ସମୁଖ ଭାଗରେ ଥିବା ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାର ଓ ଜିଲା ପ୍ରଶାସନର ଉଦ୍ୟମ କ୍ରମେ ପ୍ରାୟ ୮୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯିବା ସହ ତୁରନ୍ତ କାର୍ଯ୍ୟ ନିମନ୍ତେ ଜିଲା ପ୍ରଶାସନ , ଡ୍ରେନେଜ ବିଭାଗ , ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ରୁଦ୍ଧ ବୈଠକ କରାଯିବା ସହ ମଣିବାବାଙ୍କ ନୀତିକାନ୍ତି ଓ ଜଳସେବାରେ ଯେପରି ବାଧା ସୃଷ୍ଟି ନହେବ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା। ହେଲେ ଜିଲା ପ୍ରଶାସନ ପ୍ରସ୍ତୁତି ଓ ଆଲୋଚନାକୁ ଏଡାଇ ଯାଇ ମନ ଇଛାରେ କାର୍ଯ୍ୟରତ ଠିକାଦାର ପୁନରୁଉଦ୍ଧାର କାର୍ଯ୍ୟ କରିବା ସହ ପ୍ରସ୍ତୁତ ହୋଇଥିବା ଡିଜାଇନ ଓ ମ୍ୟାପକୁ ବଦଳାଇ କାର୍ଯ୍ୟ କରୁଥିବା ମନ୍ଦିରର ବରିଷ୍ଠ ସେବାୟତ ଓ ସ୍ଥାନୀୟ ବୁଦ୍ଧିଜିବୀ ପ୍ରକାଶ କରିଛନ୍ତି। ଏପରିକି କାର୍ଯ୍ୟ ଯେପରି ତ୍ୱରାନିତ୍ୱ ହେବା କଥା ତାହା କରାଯାଉ ନଥିବା ମଧ୍ୟ ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଆଗକୁ ମଣିବାବାଙ୍କ ବୈଶାଖ ବ୍ରତ ଓ ଚନ୍ଦନଯାତ୍ରା ନୀତିକାନ୍ତି ଥିବାରୁ ନାନା ପ୍ରକାର ବାଧା ସୃଷ୍ଟି ହେବ ବୋଲି ମଧ୍ୟ ସାଧାରଣରେ ମତପ୍ରକାଶ ପାଇଛି।

Leave A Reply