BJD Bijuli 480×75 Mob

ଏସ୍‌ଆଇଟି ତଦନ୍ତ ଆରମ୍ଭ

BJD Bijuli 480×75 Mob
0
୨ଟି ମାମଲା ରୁଜୁ
ନୂଆଦିଲ୍ଲୀ : ସିବିଏସ୍‍ଇ ପ୍ରଶ୍ନପତ୍ର ପ୍ରଘଟର ତଦନ୍ତ ବିଷୟରେ ଦିଲ୍ଲୀ ପୁଲିସ ଗୁରୁବାର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛି। ଏହି ଘଟଣାରେ ନୂଆଦିଲ୍ଲୀସ୍ଥିତ ରାଜିନ୍ଦର ନଗରଠାରେ ଥିବା ଏକ କୋଚିଂ ସେଣ୍ଟରର ମାଲିକ ମୁଖ୍ୟ ଅଭିଯୁକ୍ତ। ଏଥିରେ ଦୁଇଟି ବିଦ୍ୟାଳୟର ମଧ୍ୟ ସମ୍ପୃକ୍ତି ରହିଛି। ମାର୍ଚ୍ଚ ୨୩ରେ ସିବିଏସ୍‍ଇ ନିକଟକୁ ଆସିଥିବା ଏକ ଫ୍ୟାକ୍ସରୁ ଏହା ଜଣାପଡିଛି। ଅଜ୍ଞାତ ସୂତ୍ରରୁ ଫ୍ୟାକ୍ସଟି ପାଇବା ପରେ ସିବିଏସ୍‍ଇ କର୍ତ୍ତୃପକ୍ଷ ପୁଲିସକୁ ଚିଠି ଲେଖି ସୂଚନା ଦେଇଥିଲେ ବୋଲି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସିପି ଆର୍‍. ପି. ଉପାଧ୍ୟାୟ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ପୁଲିସ ଏହି ଘଟଣାରେ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିଛି। ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି) ଗଠନ କରାଯାଇ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଇତିମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨୫ ଜଣଙ୍କୁ ପୁଲିସ ଗିରଫ କରି ଜେରା କରିଛି। ଏମାନଙ୍କ ମଧ୍ୟରେ ୧୮ଜଣ ଛାତ୍ରଛାତ୍ରୀ ଏବଂ ୫ ଜଣ ଶିକ୍ଷକ ଅଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର। ସେ ଉକ୍ତ କୋଚିଂ ସେଣ୍ଟରରେ ଗଣିତ ଏବଂ ଅର୍ଥନୀତି ପଢାନ୍ତି। ଏହି ଘଟଣାରେ ସିବିଏସ୍‍ଇର କୌଣସି ଅଧିକାରୀଙ୍କ ସମ୍ପୃକ୍ତି ନେଇ ଏଯାବତ୍‍ କୌଣସି ସୂଚନା ମିଳି ନ ଥିବା ପୁଲିସ କହିଛି। ପ୍ରଶ୍ନପତ୍ର ପ୍ରଘଟରେ ବ୍ୟବହୃତ ହ୍ୱାଟସଆପ୍‍ ନମ୍ବର ମଧ୍ୟ ସିବିଏସ୍‍ଇ ପକ୍ଷରୁ ପୁଲିସକୁ ଦିଆଯାଇଛି। ଏହି ହ୍ୱାଟସଆପ୍‍ ନମ୍ବରଗୁଡିକର ବ୍ୟବହାରକାରୀଙ୍କୁ ଜେରା କରାଯାଇଛି। ସିଏବିଏସ୍‍ଇର ସୂଚନା ମୁତାବକ ମାର୍ଚ୍ଚ ୨୬ରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା ଚାଲିଥିବା ବେଳେ ସିବିଏସ୍‍ଇ ନିକଟକୁ ଏକ ଏନ୍‍ଭଲପ୍‍ ଆସିଥିଲା। ଏଥିରେ ଅର୍ଥନୀତି ପରୀକ୍ଷା ପତ୍ରରେ ଥିବା ପ୍ରଶ୍ନର ହସ୍ତଲେଖା ଉତ୍ତର ସମ୍ବଳିତ ଚାରୋଟି ପୃଷ୍ଠା ରହିଥିବା କୁହାଯାଇଛି। ସିବିଏସ୍‍ଇ ଦଶମ ଶ୍ରେଣୀ ଗଣିତ ଏବଂ ଦ୍ୱାଦଶ ଶ୍ରେଣୀ ଅର୍ଥନୀତିର ପ୍ରଶ୍ନପତ୍ର ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପ୍ରଘଟ ହୋଇଥିବା ଅଭିଯୋଗ ହୋଇଥିଲା।
Leave A Reply