www.samajalive.in
Monday, December 15, 2025
14.1 C
Bhubaneswar

ୱାଟ୍‍ଙ୍କ ଶତକ; ଭାରତ ପୁଣି ପରାସ୍ତ

ମୁମ୍ବଇ : ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ କ୍ରମାଗତ ୨ୟ ପରାଜୟ ଭୋଗିଛି। ରବିବାର ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟର ୩ୟ ଲିଗ୍‍ ମ୍ୟାଚ୍‍ରେ ଓପ୍‍ନର ଡାନିଏଲେ ୱାଟ୍‍ଙ୍କ ଶତକ ବଳରେ ଭାରତକୁ ୭ ୱିକେଟରେ ଇଂଲଣ୍ଡ ପରାସ୍ତ କରିଛି। ଓପ୍‍ନିଂ ଯୋଡ଼ି ମିତାଲି ରାଜ୍‍ ଓ ସ୍ମୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୪ ୱିକେଟରେ ୧୯୮ ରନ୍‍ କରିଥିଲା। ପରେ ଡାନିଏଲ୍‍ ୱାଟ୍‍ ୬୪ ବଲ୍‍ରୁ ବିସ୍ଫୋରକ ୧୨୪ ରନ୍‍ କରିବାରୁ ୧୮.୪ ଓଭରରେ ୩ ୱିକେଟ ହରାଇ ଇଂଲଣ୍ଡ ଜିତିଥିଲା। ୧୯୯ ରନ୍‍ର ପିଛାକରି ଜିତିବା ସହ ଇଂଲଣ୍ଡ ଟ୍ୱେଣ୍ଟି୨୦ କ୍ରିକେଟ୍‍ରେ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛି। ପୂର୍ବରୁ ଟ୍ୱେଣ୍ଟି୨୦ ମ୍ୟାଚ୍‍ରେ ଏତେ ରନ୍‍ର ପିଛାକରି କୌଣସି ଦଳ ଜିତିନଥିଲେ। ଗତବର୍ଷ ଅଷ୍ଟ୍ରେଲିଆ ବିରୋଧରେ ୧୮୨ ରନ୍‍ର ପିଛାକରି ଇଂଲଣ୍ଡ ଜିତିଥିଲା; ଯାହାକୁ ଇଂଲଣ୍ଡ ଏହି ମ୍ୟାଚ୍‍ରେ ଅତିକ୍ରମ କରିଛି। ପୁଣି ୪/୧୯୮ ରନ୍‍ ଭାରତର ସର୍ବାଧିକ ଟ୍ୱେଣ୍ଟି୨୦ ସ୍କୋର୍‍ ଥିଲା; ଯାହା ଯଥେଷ୍ଟ ନଥିଲା। ଚଳିତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ ୱିକେଟରେ ୧୬୮ ରନ୍‍ କରିଥିଲା।

ଇଂଲଣ୍ଡ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ଭାରତୀୟ ଓପ୍‍ନର ଚମତ୍କାର ବ୍ୟାଟିଂ କରିଥିଲେ। ମିତାଲି ରାଜ୍‍ ଓ ସ୍ମୃତି ମାନ୍ଧାନା ୧୩ ଓଭର ପର୍ଯ୍ୟନ୍ତ ପୃଥକ୍‍ ନ ହୋଇ ୧୨୯ ରନ୍‍ର ଭାଗିଦାରୀ କରି ଦଳର ବଡ଼ ସ୍କୋର୍‍ର ମୂଳଦୁଆ ପକାଇଥିଲେ। ବାମହାତି ମାନ୍ଧାନା ତାଙ୍କ ଚମତ୍କାର ଫର୍ମ ଜାରିରଖି ମାତ୍ର ୪୦ ବଲ୍‍ରୁ ୨ଟି ଛକା ଓ ୧୨ଟି ଚୌକା ସହ ୭୬ ରନ୍‍ କରିଥିଲେ। ପରେ ଅଭିଜ୍ଞ ମିତାଲି ରାଜ୍‍ ୪୩ ବଲ୍‍ରୁ ୭ଟି ଚୌକା ସହ ୫୩ ରନ୍‍କରି ଆଉଟ ହୋଇ ଯାଇଥିଲେ। ଅଧିନାୟିକା ହରମନପ୍ରୀତ କୌର ୨୨ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୦ ରନ୍‍ କରିଥିଲେ। ପୂଜା ବସ୍ତ୍ରାକର ୧୦ଟି ବଲ୍‍ରୁ ୪ଟି ଚୌକା ସହ ୨୨ ରନ୍‍କରି ଅପରାଜିତ ଥିଲେ। ଟାସ୍‍ ଫାରାଣ୍ଟ ୨ଟି ୱିକେଟ ପାଇଥିଲେ। ସମ୍ମୁଖରେ ୧୯୯ ରନ୍‍ର ବିଜୟଲକ୍ଷ୍ୟ ଥିବା ବେଳେ ୫ ଓଭରରେ ଇଂଲଣ୍ଡ ୬୦ ରନ୍‍ କରିଥିଲା। ବ୍ରାୟୋନି ସ୍ମିଥ୍‍ ୧୫ ରନ୍‍କରି ଆଉଟ ହୋଇଥିଲେ। ୨ୟ ୱିକେଟ ପାଇଁ ଡାନିଏଲେ ୱାଟ୍‍ ଓ ଟାମି ବ୍ୟୁମଣ୍ଟ ୯ ଓଭରରେ ୯୬ ରନ୍‍ ଯୋଗକରି ଦଳର ବିଜୟ ନିଶ୍ଚିତ କରିଥିଲେ। ବ୍ୟୁମଣ୍ଟ ୨୩ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୫ ରନ୍‍ କରିଥିଲେ। ଡାନିଏଲେ ୱାଟ୍‍ ବିଧ୍ୱଂସୀ ବ୍ୟାଟିଂକରି ୬୪ ବଲ୍‍ରୁ ୫ଟି ଛକା ଓ ୧୫ଟି ଚୌକା ସହ ୧୨୪ ରନ୍‍ କରିଥିଲେ। ଆନ୍ତର୍ଜାତିକ ମହିଳା ଟ୍ୱେଣ୍ଟି୨୦ରେ ଏହା ୨ୟ ଦ୍ରୁତତମ ଶତକ। ଦୀପ୍ତି ଶର୍ମା ୨ଟି ୱିକେଟ ପାଇଥିଲେ। ଇଂଲଣ୍ଡ ତା’ର ଉଭୟ ମ୍ୟାଚ୍‍ ଜିତି ୪ ପଏଣ୍ଟ ସହ ଟେବୁଲ ଶୀର୍ଷରେ ଥିବା ବେଳେ ଭାରତ ଖାତା ଖୋଲିନାହିଁ। ଅଷ୍ଟ୍ରେଲିଆ ୨ ପଏଣ୍ଟ ପାଇଛି। ସୋମବାର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ୟ ମ୍ୟାଚ୍‍ ଖେଳିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories