ଭୁବନେଶ୍ୱରରେ ପହଞ୍ଚିଲେ ନୂତନ ରାଜ୍ୟପାଳ ସତ୍ୟପାଲ ମଲିକ

0

ଭୁବନେଶ୍ୱର : ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ବିହାରର ରାଜ୍ୟପାଳ ସତ୍ୟପାଲ ମଲିକ ବୁଧବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିଲେ।  ରାଜଭବନରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ଓଡ଼ିଶାର ରାଜ୍ୟପାଳ ଡକ୍ଟର ଏସ୍‌.ସି ଜମିରଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କ ସ୍ଥାନରେ ବିହାରର ରାଜ୍ୟପାଳ ଥିବା ସତ୍ୟପାଲ ମଲିକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave A Reply