www.samajalive.in
Monday, December 15, 2025
15.1 C
Bhubaneswar

୧୫ ସୁଦ୍ଧା ସରିବ ନୀଳଚକ୍ର ମରାମତି

-ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ, -ବ୍ୟକ୍ତିଗତ ହାଜର ହେଲେ ନିର୍ବାହୀ ଯନ୍ତ୍ରୀ

କଟକ : ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ଗୁରୁବାର ହାଇକୋର୍ଟରେ ଦୁଇଟି ସତ୍ୟପାଠ ଦାଖଲ କରାଯାଇଛି। ଏଏସଆଇ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ଅନ୍ୟପକ୍ଷରେ ପୂର୍ବ ନିର୍ଦେଶ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ନିର୍ବାହୀ ଯନ୍ତ୍ରୀ(ସିଭିଲ) ଆଶିଷ କୁମାର ସୁବୁଦ୍ଧି କୋର୍ଟରେ ବ୍ୟକ୍ତିଗତ ଭାବେ ସତ୍ୟପାଠ ଦାଖଲ କରିବା ନେଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ପରିଚାଳନା କମିଟି ଗଠନ ହୋଇନାହିଁ; ତେଣୁ ଭକ୍ତଙ୍କ ନିମନ୍ତେ ଜଗମୋହନ କେବେ ଖୋଲିବ ସେ ନେଇ କୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରାଯିବ ବୋଲି ଦର୍ଶାଇଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଆସନ୍ତା ଏପ୍ରିଲ ୧୫ତାରିଖ ସୁଦ୍ଧା ନୀଳଚକ୍ରର ଆର୍ଥିଂ କାର୍ଯ୍ୟ ସଂପନ୍ନ ହେବ। ଏ ନେଇ ଗତ ୧୩ତାରିଖରେ ନୀଳଚକ୍ର ସ୍ଥିତି ସଂପର୍କରେ ଅନୁଧ୍ୟାନ କରାଯାଇଥିଲା। ତେବେ ମରାମତି ବ୍ୟୟ ସଂକ୍ରାନ୍ତରେ ଆସନ୍ତାକାଲି ଏକ ପ୍ରାକଳନ ତାଲିକା ପ୍ରସ୍ତୁତ କରାଯାଇ ଏଏସଆଇକୁ ଦିଆଯିବ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ସେହିପରି ଏଏସଆଇ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ ନୀଳଚକ୍ର କାମକୁ ରାଜ୍ୟ ସରକାରଙ୍କ ଜେନେରାଲ ଇଲେକ୍ଟ୍ରିକାଲ ବିଭାଗ (ଜିଇଡି)କୁ ଦିଆଯାଇଛି। ଏ ବାବଦରେ କେତେ ଅର୍ଥ ବ୍ୟୟ ହେବ ସେ ସଂପର୍କରେ ଏକ ଏଷ୍ଟିମେଟ କରି ତୁତନ୍ତ ପ୍ରଦାନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ଏଷ୍ଟିମେଟ ତାଲିକା ହାସଲ ହେଲେ ତୁରନ୍ତ କାମ ଆରମ୍ଭ ହେବ ବୋଲି ଏଏସଆଇ ପକ୍ଷରୁ ଦର୍ଶାଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି. ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଆସନ୍ତା ୨୨ତାରିଖରେ ଶୁଣାଣି ପାଇଁ ଧାର୍ଯ୍ୟ କରିଥିବାବେଳେ ଏଏସଆଇ, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ତେବେ ଆବଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର, ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories