www.samajalive.in
Sunday, December 14, 2025
14.1 C
Bhubaneswar

ସିବିଆଇ ତଦନ୍ତ ପାଇଁ ପ୍ରାର୍ଥନା

ହାଇକୋର୍ଟରେ କୁନ୍ଦୁଲି ପୀଡ଼ିତାଙ୍କ ମାଆ

କଟକ  : କୁନ୍ଦୁଲି ପୀଡିତାଙ୍କ ମା’ ଦାମାଇ ଛତି ନ୍ୟାୟ ପାଇଁ ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଛନ୍ତି। ଗଣଦୁଷ୍କର୍ମ ଘଟଣା ସହ ପୀଡିତାଙ୍କ ମୃତ୍ୟୁର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରିବା ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ସେ ମାମଲା ରୁଜୁ କରିଛନ୍ତି।

ପୀଡିତାଙ୍କ ସହିତ ଗଣଦୁଷ୍କର୍ମ ଅଭିଯୋଗ ନେଇ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ଥାନାରେ ଆଇପିସିର ଦଫା ୩୭୫-ଡି, ୩୭୭ ଓ ପୋକ୍‌ସୋ ଆକ୍ଟ ୨୦୧୨ର ଧାରା ୬ରେ ରୁଜୁ ମାମଲାର ତଦନ୍ତଭାର ସିବିଆଇକୁ ଦିଆଯାଉ ବୋଲି ପ୍ରାର୍ଥନା କରିଛନ୍ତି। କ୍ରାଇମବ୍ରାଞ୍ଚରୁ ଏହି ଘଟଣାର ତଦନ୍ତ ଭାର କାଢିନିଆ ଯାଇ ଭୁବନେଶ୍ୱର ସିବିଆଇ ଏସପିଙ୍କୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନପତ୍ରରେ ଉଲ୍ଲେଖ କରିଛନ୍ତି। ସେ ଆବେଦନପତ୍ରରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପରିବାର ପ୍ରତି ବିପଦ ରହିଛି। ଏପରି ପରିସ୍ଥିିତିରେ ପରିବାରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ହାଇକୋର୍ଟରେ ଦାଖଲ କରିଥିବା ରିଟ୍‌ ଆବେଦନରେ ଦର୍ଶାଇଛନ୍ତି।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories