BJD Bijuli 480×75 Mob

ମହିଳା ହକି: ଅନ୍ତିମ ମ୍ୟାଚ୍‌ ଡ୍ର ; ଭାରତ ସିରିଜ୍‌ ଜିତିଲା

BJD Bijuli 480×75 Mob
0

ସିଓଲ : ଭ୍ରମଣକାରୀ ଭାରତ ଓ ଘରୋଇ ଦକ୍ଷିଣ କୋରିଆ ମହିଳା ହକି ଦଳ ମଧ୍ୟରେ ଖେଳାଯାଉଥିବା ୫ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାସିଂତ ଭାବେ ଶେଷ ହୋଇଛି। ଏହି ସିରିଜ୍‌କୁ ଭାରତ ୩-୧ରେ ଜିତି ନେଇଛି। ଅନ୍ତିମ ମ୍ୟାଚ୍‌ରେ ଉଭୟ ଦଳ ୪ର୍ଥ କ୍ୱାର୍ଟରରେ ଗୋଲ୍‌ ସ୍କୋର କରିବାକୁ ସକ୍ଷମ ହୋଇଥିଲେ।
ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଜଗିରଖି ଖେଳିବା ଆରମ୍ଭ କରିଥିଲେ। ଉଭୟ ଦଳରେ ଖେଳାଳି ପ୍ରତିପକ୍ଷ ଦଳ ଉପରେ ଅଧିକ ଆକ୍ରମଣ ନ କରିବାରୁ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରେ କୋରିଆ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ୨ଟି ପେନାଲ୍‌ଟି କର୍ଣ୍ଣର ହାସଲ କରିବାରେ ସକ୍ଷମ ହୋଇଥିଲା। ତେବେ ଭାରତୀୟ ଗୋଲରକ୍ଷକ ରଜନୀ ଦୁଇଟିଯାକ ସଟ୍‌କୁ ଅଟକାଇବାରେ ସକ୍ଷମ ହୋଇଥିଲେ।
ତୃତୀୟ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ନିଜ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଖେଳିବା ସହ ପ୍ରତିପକ୍ଷ ଦଳର ଗୋଲପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲେ। ଖେଳର ୪୧ ମିିନିଟ୍‌ରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲା। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେବାକୁ ମିଳିଥିଲା। ଉଭୟ ଦଳ ଉପଯୁକ୍ତ ରଣକୌଶଳ ଦ୍ୱାରା ଗୋଲ୍‌ ସ୍କୋର କରିବାକୁ ପ୍ରୟାସ ଜାରି ରଖିôଥିଲେ। ୪୮ ମିନିଟ୍‌ରେ ଭାରତୀୟ ଦଳର ଅଧିନାୟିକା ରାଣୀଙ୍କ ଠାରୁ ପାସ୍‌ ପାଇ ବନ୍ଦନା କଟାରିଆ ଗୋଲ୍‌ ସ୍କୋର୍‌ କରି ଦଳକୁ ୧-୦ ଗୋଲ୍‌ରେ ଅଗ୍ରଣୀ କରାଇ ପାରିଥିଲେ। ତେବେ ୫୦ ମିିନିଟ୍‌ରେ ଦକ୍ଷିଣ କୋରିଆ ତରଫରୁ ବୋମି କିମ୍‌ ଗୋଲ୍‌ ସ୍କୋର କରି ଖେଳକୁ ସମାନ ସ୍ତରକୁ ଆଣିଥିଲେ। ଖେଳର ୫୪ ମିନିଟ୍‌ରେ ଦକ୍ଷିଣ କୋରିଆକୁ ଏକ ପେନାଲଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳର ଖେଳାଳିମାନେ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହେବାରୁ ମ୍ୟାଚ୍‌ ଅମୀମାସିଂତ ରହିଥିଲା।

Leave A Reply