www.samajalive.in
Monday, December 15, 2025
14.1 C
Bhubaneswar

୨୦୨୨ ସୁଦ୍ଧା ଭାରତ ଅଣ ପାରମ୍ପରିକ ଉତ୍ସରୁ ୧୭୫ ଜିଗାୱାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିବ : ମୋଦି

ଆନ୍ତର୍ଜାତିକ ସୌର ମେଣ୍ଟ ସମ୍ମେଳନ ଉଦଘାଟିତ

ନୂଆଦିଲ୍ଲୀ :୨୦୨୨ ସୁଦ୍ଧା ଭାରତ ଅଣ ପାରମ୍ପରିକ ଉତ୍ସରୁ ୧୭୫ ଜିଗାୱାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛି । ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ରିହାତି ଏବଂ କମ୍‌ ଅର୍ଥିକ କ୍ଷତିର ଆଶଙ୍କା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ନୂଆଦିଲ୍ଲୀ ଠାରେ ରବିବାର ଆନ୍ତର୍ଜାତିକ ସୌର ମେଣ୍ଟ (ଆଇଏସ୍‌ଏ) ସମ୍ମେଳନ ଆରମ୍ଭ ହୋଇିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌ ମିଳିତ ଭାବେ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ମୁକାବିଲା ପାଇଁ ସାଧାରଣ ପଦକ୍ଷେପଗୁଡ଼ିକ ଉପରେ ଏଥିରେ ଆଲୋଚନା କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଦଶସୂତ୍ରୀ କାର୍ଯ୍ୟ ଖସଡ଼ା ଉପସ୍ଥାପନା କରି ଦେଶରେ କମ୍‌ ଖର୍ଚ୍ଚରେ ସୌର ଜ୍ଞାନ କୌଶଳର ଉପଲବ୍ଧତା ବିଷୟରେ କହିଛନ୍ତି। ଏଥିପାଇଁ ଥିବା ନୀତିନିୟମ ଓ ମାନଦଣ୍ଡ, ସୌର ପ୍ରକଳ୍ପ ସ୍ଥାପନ ଏବଂ ଏହାର ଉତ୍କର୍ଷ ନେଟ୍‌ୱାର୍କ ପାଇଁ ପରାମର୍ଶ ସହାୟତା ବିଷୟରେ ମଧ ସେ ତଥ୍ୟ ଉପସ୍ଥାପନା କରିଛନ୍ତ। ପ୍ରଧାନମନ୍ତ୍ରୀ କହିଛନ୍ତି ସୌର ଶକ୍ତି ଏକ ସ୍ଥାୟୀ, ମିତବ୍ୟୟି ଏବଂ ସୁନିଶ୍ଚିତ ଶକ୍ତି ଉତ୍ସ, ଯାହା ମାଧ୍ୟମରେ ମାନବ ସମାଜ ଆବଶ୍ୟକ କରୁଥିବା ଶକ୍ତି ଚାହିଦାକୁ ଭରଣା କରାଯାଇ ପାରିବ। ଆଇଏସ୍‌ଏପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବାକୁ ଯାଇ ଶ୍ରୀ ମୋଦି କହିଛନ୍ତି ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ପାଞ୍ଚଶହ ତାଲିମ୍‌ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହିତ ସୌର ବୈଷୟିକ ମିଶନ୍‌ ଆରମ୍ଭ କରାଯିବ। ଅତିରିକ୍ତ ସୌରଶକ୍ତି ଉତ୍ପାଦନ କରିବା ପାଇଁ ଭାରତ ବିଗତ ତିନିବର୍ଷ ମଧ୍ୟରେ ୨୮କୋଟି ଏଲ୍‌.ଇ.ଡି. ବଲବ୍‌ ବିତରଣ କରିଛି, ଯାହା ମାଧ୍ୟମରେ ଦୁଇ ବିଲିୟନ୍‌ ୟୁ.ଏସ୍‌. ଡଲାର ଏବଂ ୪ଜିଗାୱାଟ୍‌ ବିଦ୍ୟୁତ୍‌ ଶକ୍ତି ସଂଚୟ କରି ପାରିଛି। ପୂର୍ବରୁ ଆଇଏସ୍‌ଏ କାର୍ଯ୍ୟ ଖସଡ଼ାରେ ୬୧ଟି ଦେଶ ସ୍ୱାକ୍ଷର କରିଥିଲେ ଏବଂ ୩୨ଟି ଦେଶ ଏହା ସହିତ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯାହାଦ୍ୱାରା ସୌରଶକ୍ତି ପ୍ରତି ସାଧାରଣରେ ଉତ୍ସାହ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ସୌରଶକ୍ତି କ୍ଷେତ୍ରରେ ନିବେଶ ଏବଂ ଏହାକୁ ବିକାଶ ଆଡ଼କୁ ଗତିଶୀଳ କରାଇବା ପାଇଁ ମିଳିତ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଏହି ଦୁଇ ଦିନିଆ ସମ୍ମିଳନୀରେ ସୌରଶକ୍ତି କ୍ଷେତ୍ରରେ ଅର୍ଥ ବିନିଯୋଗ, ଜ୍ଞାନକୌଶଳ ହସ୍ତାନ୍ତର ଏବଂ ଆର୍ଥିକ ମେକାନିଜିମ୍‌ ଉପରେ ୨୩ଟି ରାଷ୍ଟ୍ର ମୁଖ୍ୟ ଏବଂ ବିଭିନ୍ନ ଦେଶର ୧୦ଟି ମନ୍ତ୍ରୀ ସ୍ତରୀୟ ପ୍ରତିନିଧି ଦଳ ଅଂଶଗ୍ରହଣ କରୁଛନ୍ତି। ମିଳିତ ଜାତିସଂଘର ପ୍ରତିନିଧି, ବହୁମୁଖୀ ବିକାଶ ବ୍ୟାଙ୍କ୍‌ର ଅଧ୍ୟକ୍ଷ, ଏବଂ ଆର୍ଥିକ ସଂସ୍ଥାନ ଓ ଶକ୍ତି କ୍ଷେତ୍ର ସହିତ ଜଡ଼ିତ ପ୍ରତିଷ୍ଠାନ ଏହି ସମ୍ମେଳନରେ ଯୋଗ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories