BJD Bijuli 480×75 Mob

ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବେଗ

BJD Bijuli 480×75 Mob
0

ନୂଆଦିଲ୍ଲୀ : କେତେକ ରାଜ୍ୟରେ ମହାପୁରୁଷ ଏବଂ ତେନୃ ସ୍ଥାନୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିବା ସହିତ ଏହାକୁ ଦୃଢ଼ତାର ସହିତ ନାପସନ୍ଦ କରିଛନ୍ତି। ଏହି ଘଟଣା ନେଇ ଶ୍ରୀ ମୋଦି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି। ଦେଶର କେତେକ ସ୍ଥାନରେ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ନେଇ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ରାଜ୍ୟଗୁଡ଼ିକୁ କଡ଼ା ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି। ଏପରି ଘଟଣାକୁ ସ୍ୱରାଷ୍ଟ୍ର ବିଭାଗ ଗୁରୁତ୍ୱର ସହ ଗ୍ରହଣ କରିଛି। ଏଭଳି ଘଟଣା ରୋକିବା ପାଇଁ ରାଜ୍ୟଗୁଡ଼ିକ ଉପଯୁକ୍ତ ପଦକ୍ଷେପ ନେବାକୁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ କୁହାଯାଇଛି। ଘଟଣାରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

Leave A Reply