ବିଦ୍ୟୁତ ଆଘାତରେ ସ୍ୱାମୀ, ସ୍ତ୍ରୀ ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ଗ୍ରାମରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ୱାମୀ, ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି  । ସୂଚନା ଅନୁଯାୟୀ , ସ୍ତ୍ରୀ ଲୁଗା ଶୁଖାଉଥିବାବେଳ ପ୍ରଥମେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଏହାପରେ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଉଭୟଙ୍କରେ ଘଟଣା ସ୍ଥଲରେ ମୃତ୍ୟୁ ଘଟିଛି ।

kalyan agarbati

Comments are closed.