www.samajalive.in
Sunday, December 14, 2025
19.1 C
Bhubaneswar

୫ମ ପୂର୍ବ ଅର୍ଥନୈତିକ ଫୋରମ୍‍ ଶିଖର ବୈଠକରେ ମୁଖ୍ୟ ଅତିଥି ମୋଦୀ

ନୂଆଦିଲ୍ଲୀ :  ପଞ୍ଚମ ପୂର୍ବ ଅର୍ଥନୈତିକ ଫୋରମ୍‍ ଶିଖର ବୈଠକରେ ଯୋଗଦେବା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରୁଷ୍‍ର ବ୍ଲାଦିବୋସ୍ତକ ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି  ଶିଖର ବୈଠକରେ ମୁଖ୍ୟ ଅତିଥି ଭାବେ ଯେଗଦେବେ।

ଏହି ତିନଦିନିଆ ସରକାରୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ୨୦ତମ ଭାରତ-ରୁଷ ବାର୍ଷିକ ଶିଖର ବୈଠକରେ ମଧ୍ୟ ଯୋଗଦେବେ। ବିଦେଶ ଗସ୍ତ ଯିବା ପୂର୍ବରୁ ଦେଇଥିବା ବିବୃତ୍ତିରେ ଶ୍ରୀ ମୋଦୀ କହିଛନ୍ତି, ବ୍ଲାଦିବୋସ୍ତକକୁ ତାଙ୍କର ଏହି ଗସ୍ତ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ସେଠାକୁ ହେବ ପ୍ରଥମ ଗସ୍ତ । ସେ କହିଛନ୍ତି, ତାଙ୍କର ଏହି ଗସ୍ତରୁ ଦୁଇ ପକ୍ଷ ପରସ୍ପର ମଧ୍ୟରେ ସେମାନଙ୍କର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ଆଗ୍ରହୀ ବୋଲି ସ୍ପଷ୍ଟ ହୋଇଯାଇଛି। ଶ୍ରୀ ମୋଦୀ କହିଛନ୍ତି, ଶିଖର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇଁ ବିଭିନ୍ନ ସୁଯୋଗ ମିଳିବ। ପ୍ରଧାନମନ୍ତ୍ରୀ ବେଜଦା ଜାହାଜ ନିର୍ମାଣ  କାରଖାନାକୁ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସଂପର୍କ ବୃଦ୍ଧିର ଅଂଶସ୍ୱରୂପ ଶ୍ରୀ ମୋଦୀ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉପରେ ଏକ ସ୍ମାରକୀ ଡାକଟିକଟ ଉନ୍ମୋଚନ କରିବେ। ଯୋଗକୁ ଲୋକପ୍ରିୟ କରାଇବା ପାଇଁ ଏକ ଆପ୍‍କୁ ମଧ୍ୟ ସେ ଉଦ୍‍ଘାଟନ କରିବେ।

- Advertisement -
Image Credit :@PIB_India

ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱତନ୍ତ୍ର ଏବଂ ବିଶେଷ ରଣନୈତିକ ଭାଗିଦାରୀତା ଆଧାରରେ ଆମ ଦୁଇ ଦେଶ ମଧ୍ୟରେ ଚମତ୍କାର ସମ୍ପର୍କ ରହିଛି। ପ୍ରତିରକ୍ଷା, ପରମାଣୁ ଶକ୍ତି ଓ ମହାକାଶ ଆଦି କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ବ୍ୟାପକ ଭାବେ ସହଯୋଗ କରନ୍ତି।
ଏକ ବହୁମୁଖୀ ବିଶ୍ୱ ଗଠନ କରିବା ଦିଗରେ ଦୁଇ ଦେଶ ପ୍ରତିଶୃତିବଦ୍ଧ ଏବଂ ଆଂଚଳିକ ତଥା ବହୁପାକ୍ଷିକ ମଞ୍ଚରେ ଏହି ଉଦ୍ଦେଶ୍ୟକୁ ହାସଲ କରିବା ଦିଗରେ ଉଭୟ ଦେଶ ପରସ୍ପରକୁ ସହଯୋଗ କରନ୍ତି।
ଆମ ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରୀକ ସମ୍ପ୍ରସାରଣ ଉପରେ ଏବଂ ପାରସ୍ପରିକ ଲାଭ ଥିବା ଆଞ୍ଚଳିକ  ଓ ଆନ୍ତର୍ଜାତିକ ବିଷୟ ଉପରେ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିବା ପାଇଁ ଆଗ୍ରହୀ। ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗ ଦେଉଥିବା ବିଶ୍ବ ନେତାଙ୍କୁ ଭେଟିବା ତଥା ଏଥିରେ ଅଂଶଗ୍ରହଣ କରୁଥିବା ଭାରତୀୟ ଶିଳ୍ପଦ୍ୟୋଗ ଏବଂ ବ୍ୟବସାୟିକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିବା ପାଇଁ ମୁଁ ମଧ୍ୟ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ଏହି ବିବୃତ୍ତିରେ କହିଛନ୍ତି।

ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ନେତାମାନଙ୍କ ମଧ୍ୟରେ ଆଲୋଚନାରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ବିଭିନ୍ନ ବିଷୟ ସ୍ଥାନ ପାଇବ। ସେ କହିଛନ୍ତି, ତୈଳ ଓ ଗ୍ୟାସ୍‍ର ସନ୍ଧାନ ତଥା ଉତ୍ତୋଳନ ପାଇଁ ୨୦୨୦-୨୪ ପଞ୍ଚବାର୍ଷିକ ଯୋଜନାର ରୂପରେଖ ଦୁଇ ଦେଶ ପ୍ରସ୍ତୁତ କରିବେ। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ସମୟରେ ଅନେକ ବୁଝାମଣା ପତ୍ର  ସ୍ୱାକ୍ଷରିତ ହେବାର ଆଶା କରାଯାଉଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories