ଭିଭୋର ଏହି ଦୁଇଟି ସ୍ମାର୍ଟଫୋନରେ ମିଳିବ ରିଆତି

ନୂଆଦିଲ୍ଲୀ : ଭିଭୋ ଇଣ୍ଡିଆ ତାର ଦୁଇଟି ସ୍ମାର୍ଟଫୋନରେ ରିଆତି ଘୋଷଣା କରିଛି। ଯେଉଁଥିରେ ଭିଭୋ ୱାଇ୧୫ ଏବଂ ଭିଭୋ ୱାଇ ୧୭ ସାମିଲ ରହିଛି। ଏହି ଦୁଇଟି ଫୋନ ଏକ ହଜାର ଟଙ୍କା ରିଆତି ସହିତ ଉପଲବ୍ଧ ହେବ। ଖବର ଅନୁସାରେ, ଭିଭୋ ୱାଇ-୧୫ ଚଳିତ ବର୍ଷ ମଇ ମାସ ଏବଂ ଭିଭୋ ୱାଇ-୧୭କୁ ଚଳିତ ବର୍ଷ ଅପ୍ରେଲରେ ଭାରତୀୟ ବଜାର ପ୍ରବେଶ କରାଯାଇଛି।
ଭିଭୋ ୱାଇ-୧୫ ଓ ଭିଭୋ ୱାଇ-୧୭ର ମୂଲ୍ୟ
ରିଆତି ପରେ ଭିଭୋ ୱାଇ-୧୫ ଫୋନକୁ ୧୨ହଜାର ୯୯୦ଟଙ୍କାରେ କିଣିପାରିବେ। ଏହି ଫୋନରେ ୪ଜିବି ରାମ ସହିତ ୬୪ଜିବିର ଷ୍ଟୋରେଜ ରହିଛି। ସେହିପରି ରିଆତି ପରେ ଭିଭୋ ୱାଇ-୧୭ ଫୋନକୁ ୧୪ହଜାର ୯୯୦ଟଙ୍କାରେ କିଣିପାରିବେ। ଏହି ଫୋନ ଦୁଇଟି ନୂଆ ମୂଲ୍ୟରେ ଅମାଜନ, ପେଟିଏମ ମଲ, ଫ୍ଲିପକାର୍ଟ ଏବଂ ଅନଲାଇନ୍ ଷ୍ଟୋରରେ ଉପଲବ୍ଧ ରହିଛି।
ଭିଭୋ ୱାଇ-୧୫ରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ ଫନଟଚ୍ ଓଏସ୍ ମିଳିବ। ଏଥିରେ ୬.୩୫ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୭୨୦/୧୫୪୪ ପିକ୍ସଲ ରହିଛି। ଡିସପ୍ଲେରେ ୱାଟର ଡ୍ରପ ନଞ୍ଚ ମିଳିବ। ଏହାର ପ୍ରୋସେସର ବିଷୟରେ କହିଲେ ଏଥିରେ ଫୋନରେ ମିଡ଼ିଆଟେକର ହିଲିଓ ପି୨୨ପ୍ରୋସେସର ମିଳିବ। ଏବଂ ୪ଜିବି ରାମ ସହିତ ୬୪ଜିବି ଷ୍ଟୋରେଜ ମିଳିବ।
ଭିଭୋ ୱାଇ୧୫ର କ୍ୟାମେରା
ଏହାର କ୍ୟାମେରା ବିଷୟରେ କହିଲେ ଫୋନରେ ଟ୍ରିପଲ ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ, ଦ୍ବିତୀୟଟି ୮ମେଗାପିକ୍ସେଲ ଏବଂ ତୃତୀୟଟି ୨ମେଗାପିକ୍ସେଲର ରହିଛି। ସେହିଭଳି ଏଥିରେ ୧୬ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି। ଯାହାର ଅଫର୍ଚର ଏଫ୍/୨.୦ ରହିଛି। ସଂଯୋଗ ପାଇଁ ଫୋନରେ ଟିପଚିହ୍ନ ସେନସର, ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ୫, ମାଇକ୍ରୋ ୟୁଏସବି, ଜିପିଏସ ଏବଂ ୩.୫ଏମ୍ଏମ୍ ହେଡଫୋନ ଜ୍ୟାକ୍ ମିଳିବ। ଫୋନରେ ୫ହଜାର ଏମଏଚ ହେଡଫୋନ ଜ୍ୟାକ ରହିଛି।
ଭିଭୋ ୱାଇ-୧୭ର ବିଶେଷତ୍ବ
ଏଥିରେ ଫନଟଚ ଓଏସ ୯ରହିଛି। ଯାହା ଆଣ୍ଡ୍ରଏଡ ପାଇ ୯.୦ ଉପରେ ଆଧାରିତ। ଫୋନରେ ଡୁଆଲ ସିମ ସପୋର୍ଟ ସହିତ ୬.୩୫ଇଞ୍ଚ ଏଚଡି ପ୍ଲସ ଡ଼ିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୭୨୦/୧୫୪୪ପିକ୍ସଲ ରହିଛି। ଡ଼ିସପ୍ଲେ ସହିତ ୱାଟର ଡ୍ରପ୍ ନଞ୍ଚ ମିଳିବ। ଏହାର ପ୍ରୋସେସର ବିଷୟରେ କହିଲେ ଏଥିରେ ମିଡ଼ିଆଟେକର ହିଲିଓ ପି-୩୫ ଅକ୍ଟାକୋର ପ୍ରୋସେସର ମିଳିବ।
ଭିଭୋ ୱାଇ-୧୭ର କ୍ୟାମେରା
ଫୋନରେ ଟ୍ରିପଲ ରିୟର କ୍ୟାମରୋ ସେଟଅପ ରହିଛି। ଯେଉଥିରୁ ଗୋଟିଏ କ୍ୟାମରୋ ୧୩ମେଗାପିକ୍ସେଲ, ଦ୍ବିତୀୟଟି ୮ମେଗାପିକ୍ସେଲ ଏବଂ ତୃତୀୟଟି ୨ମେଗାପିକ୍ସେଲର ରହିଛି। ଏହି ଫୋନରେ ୨୦ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମଳିବ। ଯାହାର ଅଫର୍ଚର ଏଫ/୨.୦ ରହିଛି। ସେଲଫି କ୍ୟାମେରା ସହିତ ମଧ୍ୟ ବ୍ୟୁଟି ମୋଡ ଭଳି ଅନେକ ମୋଡ଼ ମିଳିବ।
ଭିଭୋ ୱାଇ୧୭ରେ ୫ହଜାର ଏମଏଚ ବ୍ୟାଟେରୀ ମିଳିବ। ଯାହାକୁ ଖୁବଶୀଘ୍ର ଚାର୍ଜ କରିବାପାଇଁ ୧୮ୱାଟର ଡୁଆଲ ଇଞ୍ଜିନ ଫାଷ୍ଟ ଚାର୍ଜର ମିଳିବ। ସଂଯୋଗ ପାଇଁ ଫୋନରେ ଡୁଆଲ ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ ୫.୦, ମାଇକ୍ରୋ ୟୁଏସବି, ଜିପିଏସ୍ ଏବଂ ଏଫଏମ୍ ରେଡିଓ ମିଳିବ।

Comments are closed.