ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ , ଅଭିଯୁକ୍ତ ଫେରାର
ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ ଖରସଙ୍କୁଲେଇରେ ଏକ ଅଭାବନୀୟ ଘଟଣା ଘଟିଛି । ଖରସଙ୍କୁଲେଇ ପ୍ରକଳ୍ପ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ତାଙ୍କୁ ଦୁଷ୍କର୍ମ ଓ ଅସାଦାଚରଣ କରିଥିବା ଛାତ୍ରୀ ଜଣଙ୍କ ହରଭଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ସୋମବାର ବିଳମ୍ୱିତ ରାତିରେ ପୀଡ଼ିତାଙ୍କ ଅଭିଯୋଗ ପରେ ପୁଲିସ କେଶ ନଂ୬୩/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ଫେରାର ଅଛନ୍ତି ।
Comments are closed.