www.samajalive.in
Sunday, December 14, 2025
19.1 C
Bhubaneswar

ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ, ଦୂର ହେବ ଜୀବନର ବହୁ ସମସ୍ୟା 

ବହୁ ସମୟରେ ଏପରି ଦେଖାଯାଏ ଯେତେ ପରିଶ୍ରମ କଲେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ। ଏହାର କାରଣ ହେଉଛି ଦୁଃଭାଗ୍ୟ ଓ ନକରାତ୍ମକ ଶକ୍ତିର ପ୍ରଭାବ। ସଫଳତା ପାଇଁ ପରିଶ୍ରମ ଓ ଭାଗ୍ୟର ସହଯୋଗ ନିତ୍ୟାନ୍ତ ଆବଶ୍ୟକ। ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣେଇ ଦୁଃଭାଗ୍ୟକୁ ଦୂର କରି ପାରିବା। ଜାଣନ୍ତୁ ଏହା ବିଷୟରେ….

ସକାଳ ସମୟରେ ବିଛଣା ତ୍ୟାଗ କରିବା ପରେ ପ୍ରଥମେ ଈଶ୍ୱରଙ୍କ ନାମ ସ୍ମରଣ କରିବା ଉଚିତ। 

- Advertisement -

ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।

ସୌଭାଗ୍ୟ ପ୍ରାପ୍ତି ପାଇଁ ସପରିବାର ତୀର୍ଥ ଯାତ୍ରାରେ ଯିବା ଉଚିତ। ଏପରି କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି, ସୁଖସମୃଦ୍ଧି ବୃଦ୍ଧି ଓ ପରିବାର ପିଲାମାନଙ୍କ ମନ ନିର୍ମଳ ରହିଥାଏ। 

ସର୍ବଦା ପିଲାମାନଙ୍କ ଦ୍ୱାରା ଦାନ କରାନ୍ତୁ। ଏପରି କରିବା ଦ୍ୱାରା ସମଗ୍ର ପରିବାରକୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। 

ଅମାବାସ୍ୟା ଦିନ ଅସହାୟଙ୍କୁ ଖାଇବାକୁ ଦିଅନ୍ତୁ। 

ପିତୃପୁରୁଷଙ୍କୁ ସ୍ନେହର ସହ ସ୍ମରଣ କରନ୍ତୁ। 

ଘରେ ପ୍ରସ୍ତୁତ ଭୋଜନରୁ ପ୍ରତିଦିନ ଗୋମାତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।

ରାତିରେ ଶୋଇବା ସମୟରେ ଏକ ପାତ୍ରରେ ପାଣି ଭର୍ତ୍ତି କରି ବିଛଣା ନିକଟରେ ରଖି ଦିଅନ୍ତୁ। ସକାଳେ ଉଠିବା ମାତ୍ରେ ସେହି ପାଣି ଏକ ବୃକ୍ଷ ମୂଳରେ ଢାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। 

ସନ୍ଧ୍ୟା ସମୟରେ ଘରେ ଝାଡ଼ୁ କିମ୍ବା ସଫାସୁଫି କାର୍ଯ୍ୟ କରନ୍ତୁ ନାହିଁ। ସନ୍ଧ୍ୟାରେ ଝାଡ଼ୁ କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ। 

ଘରେ ପ୍ରତିଦିନ ଭଗବାନଙ୍କୁ ସତେଜ ଫୁଲ ଓ ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରନ୍ତୁ। 

ସକାଳ ଓ ସନ୍ଧ୍ୟାରେ ନିୟମିତ ଆଳତୀ କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ। 

 

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories