www.samajalive.in
Monday, December 8, 2025
13.1 C
Bhubaneswar

ପିଲା ଚୋରି ସନ୍ଦେହରେ ବାପାକୁ ମାଡ, ୩ ଗିରଫ

ନୂଆଦିଲ୍ଲୀ: ପିଲା ଚୋରି ଗୁଜବକୁ ନେଇ ଦିଲ୍ଲୀ ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଖୋଦ୍‌ ପିଲାର ବାପାକୁ ସ୍ଥାନୀୟଲୋକ ନିସ୍ତୁକ ମାଡ ମାରି ଆହତ କରିଛନ୍ତି । ପୁଲିସ ଘଟଣାସ୍ଥଳରୁ ଆହତ ବାପାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଗ୍ରେଟର ନୋଏଡାର କୁଲସେରା ଗାଁରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା କିଶନ ନିଜର ୨ଟି ପିଲା ଏବଂ ତାଙ୍କ ଶାଳକଙ୍କ ୨ଟି ପିଲାଙ୍କୁ ଏକ କାରରେ ନେଇ ଯାଉଥିଲେ । ଏହି ସମୟରେ ପିଲାମାନେ ସିଙ୍ଗଡା ଖାଇବାକୁ ଜିଦ୍‌ କରିବାରୁ କିଶନ ସେମାନଙ୍କୁ ଗାଡିରେ ଛାଡି ଦୋକାନକୁ ଆଣିବାକୁ ଯାଇଥିଲେ । କିନ୍ତୁ କେହି ଦୁବୃର୍ତ୍ତ ପିଲା ଚୋରି ଗୁଜବ ପ୍ରଚାର କରି ଦେଇଥିଲା । ସିଙ୍ଗଡା ଧରି କିଶନ ଫେରିବା ବେଳକୁ ଗାଡି ନିକଟରେ ଭିଡ ଜମିଥିଲା। ପିଲା ଚୋରି ସନ୍ଦେହରେ ସ୍ଥାନୀୟଲୋକେ କିଶନଙ୍କୁ ନିସ୍ତୁକ ମାଡ ମାରିଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତଙ୍କ କବଳରୁ କିଶନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ମାମଲାରେ ପୁଲିସ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ଅନ୍ୟମାନଙ୍କୁ ଧରିବା ପାଇଁ ମଧ୍ୟ ପୁଲିସ ଚେଷ୍ଟା ଜାରି ରଖିଛି ।

- Advertisement -

କିଛି ଦିନ ପୂର୍ବରୁ ଗାଜିୟାବାଦରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ପିଲା ଚୋରି ସନ୍ଦେହରେ ଜଣେ ବୃଦ୍ଧା ଭିଡ ହିଂସାର ଶିକାର ହୋଇଥିଲେ । କିନ୍ତୁ ବୃଦ୍ଧା ଜଣଙ୍କ ପିଲାଟିର ଜେଜେମା’ ଥିଲେ ବୋଲି ପରେ ଜଣାପଡିଥିଲା ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories