www.samajalive.in
Sunday, December 7, 2025
18.1 C
Bhubaneswar

ଧାର୍ମିକ , ସାଂସ୍କୃତିକ ଏବଂ ରୋମାଞ୍ଚକ ଭ୍ରମଣ ପାଇଁ ଯାଆନ୍ତୁ ରାଜସ୍ଥାନ

ଭ୍ରମଣପ୍ରେମୀଙ୍କ ପାଇଁ ରାଜସ୍ଥାନରେ ବହୁ ସ୍ଥାନ ରହିଛି। ରାଜସ୍ଥାନ ଭାରତର ସବୁଠାରୁ ସୁନ୍ଦରତମ ସହର। ଯେଉଁଠାରେ ଧାର୍ମିକ , ସାଂସ୍କୃତିକ ଏବଂ ରୋମାଞ୍ଚକ ଭ୍ରମଣର ମଜା ନେଇପାରିବେ। ରାଜସ୍ଥାନର ପ୍ରମୁଖ ସ୍ଥାନ ଜୟପୁରରୁ ଯୋଧପୁରକୁ ବହୁ ପର୍ଯ୍ୟଟକ ବୁଲିବାକୁ ଯାଇଥାଆନ୍ତି। ଜୟପୁରରୁ ଯୋଧପୁରର ଜୈସଲମେରର ରାସ୍ତା ସଭିଁଙ୍କ ପାଇଁ ବେଶ ହୃଦୟସ୍ପର୍ଶୀ ଅଟେ। ୫୫୮ କିଲୋମିଟର ଦୂରତ୍ୱର ଏହି ଦୁଇ ସହରକୁ ସଂଯୋଗ କରୁଥିବା ପଥରେ ଯାତ୍ରା କରିବା ଉତ୍ସାହଜନକ। ଏହି ରାସ୍ତାରେ ଯିବା ବେଳେ ବହୁ ସୁନ୍ଦର ଦୃଶ୍ୟ ଓ ଏକାଧିକ ପର୍ଯଟନସ୍ଥଳୀ ଦେଖିବାକୁ ମିଳେ।
ଜୟପୁରରୁ ଜୈସଲମେର ରହିଛି ଏହି ସ୍ଥାନ ….
ଏହି ଭ୍ରମଣକୁ ସ୍ମରଣୀୟ କରିବା ପାଇଁ ରାସ୍ତାରେ ବାଲିର ପାହାଡ଼ , ଲମ୍ବା ଲମ୍ବା ପାଦରେ ପାହାଡ଼କୁ ଅତିକ୍ରମ କରୁଥିବା ଓଟ, ମନ୍ଦିର, କିଲ୍ଲା ଏବଂ ବଡ଼ ବଡ଼ ମହଲ ନଜର ପଡ଼ିବ। ଜୟପୁରରୁ ଜୈସଲମେର ଯିବା ପାଇଁ ରାସ୍ତା ଅଜମୈର,ପୁଷ୍କର ଏବଂ ଯୋଧପୁର ଦେଇ ଯାଇଛି। ଏହି ସବୁ ସ୍ଥାନ ବୁଲିବା ପାଇଁ ଅତି କମରେ ୩ରୁ୪ ଦିନ ଲାଗିବ। ଅଜମୈରରେ ଗଲେ ଦରଘା ସରିଫ ବୁଲିବାକୁ ଯିବା ଉଚିତ। ଏହି ସ୍ଥାନର ଅନେକ ମାନ୍ୟତା ରହିଛି। ଏଠାରେ ମନର ଇଚ୍ଛାପୂରଣ ହୋଇଥାଏ।
ଅଜମୈରରୁ ଜାତୀୟ ରାଜପଥ ୫୮ ଦେଇ ୧୬ କିଲୋମିଟର ପରେ ପୁଷ୍କରରେ ପହଞ୍ଚିବେ। ଏଠାରେ ପହଞ୍ଚିବାକୁ ୩୫ ମିନିଟ ଲାଗିଥାଏ। ଏହି ସହର ଦେଖିବାକୁ ଖୁବ ରଙ୍ଗୀନ। ଏଠାକାର ଖାଦ୍ୟ, ପୋଷାକରେ ସେଠାକାର ସଂସ୍କୃତିର ଛାପ ଦେଖିବାକୁ ମିଳିଥାଏ। ଅଜମୈର ଏବଂ ପୁଷ୍କର ସହର ବୁଲିବା ପାଇଁ ଗୋଟେ ଦିନ ସମୟ ଲାଗିଥାଏ।
ପୁଷ୍କରରୁ ୨୧୪ କିଲୋମିଟର ଟ୍ୟାକ୍ସିରେ ଯିବା ପରେ ଯୋଧପୁରରେ ପହଞ୍ଚିବେ। ଏଠାକାର ସମସ୍ତ କୋଠା ଦେଖିବାକୁ ନୀଳରଙ୍ଗର ଓ ଏହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ।
ଯୋଧପୁର ପରେ ପରବର୍ତ୍ତି ଭ୍ରମଣ ସ୍ଥାନ ହେଉଛି ଜୈସଲମେର। ଯୋଧପୁରରୁ ଜୈସଲମେର ମଧ୍ୟରେ ଦୂରତା ୨୮୨ କିଲୋମିଟର। ଜୈସଲମେରରେ ବୁଲିବା ପାଇଁ ବହୁ ସ୍ଥାନ ରହିଛି। ଏଠାରେ ଥିବା ୩୦୦୦ ବର୍ଗ କିଲୋମିଟର ଡ଼େଜର୍ଟ ନ୍ୟାସନାଲ ପାର୍କ ଭ୍ରମଣ ପାଇଁ ଏକ ସୁନ୍ଦର ସ୍ଥାନ। ପ୍ରତିବର୍ଷ ଏଠାରେ ଡ଼େଜର୍ଟ ଫେଷ୍ଟିବାଲ ପାଳନ କରାଯାଏ। ଏହି ସମୟରେ ସଂପୂର୍ଣ୍ଣ ସହର ସଜେଇ ହୋଇରହିଥିବା ପରି ଦେଖିବାକୁ ମିଳେ। ଏଠାକାର ଖାଦ୍ୟପେୟ ମଧ୍ୟ ଖୁବ ସ୍ୱାଦିଷ୍ଟ। ପିଆଜ ପକୁଡ଼ି, ମାୱା କଚୋଡ଼ି, କେର ସାଙ୍ଗରୀର ସ୍ୱାଦ ସଭିଁଙ୍କୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ। ନଭେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏଠାକୁ ବୁଲିବାକୁ ଯିବା ସବୁଠାରୁ ଉକୃଷ୍ଟ ବୋଲି କୁହାଯାଏ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories