www.samajalive.in
Monday, December 15, 2025
16.1 C
Bhubaneswar

ଅଭିଯୁକ୍ତଙ୍କୁ ଆଣିବା ପାଇଁ ସାଂସଦଙ୍କ ଗାଡ଼ି ଚଢ଼ି ବିବାଦରେ ବିହାର ପୁଲିସ

ନୂଆଦିଲ୍ଲୀ : ବେଆଇନ ଭାବେ ମାରଣାସ୍ତ୍ର ରଖି ବିବାଦରେ ପଡ଼ିଥିବା ବିହାରର ସ୍ବାଧୀନ ବିଧାୟକ ଅନନ୍ତ ସିଂହ ଶୁକ୍ରବାର ଦିଲ୍ଲୀର ସାକେତ ଅଦାଲତରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ପାଟନା ଆଣିବା ପାଇଁ ଯାଇଥିବା ବିହାର ବାର୍‌ ଜିଲା ଅତିରିକ୍ତ ପୁଲିସ ଏସ୍‌ପି ଲିପି ସିଂହ ବିବାଦରେ ଛନ୍ଦି ହୋଇଛନ୍ତି। ଅନନ୍ତଙ୍କୁ ଆଣିବା ପାଇଁ ସେ ସାଂସଦଙ୍କ ଗାଡ଼ି ବ୍ୟବହାର କରିଥିବା ଘଟଣାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି।

ଅନନ୍ତ ସିଂହ ଆତ୍ମସମର୍ପଣ କରିବା ପରେ ବିହାର ପୁଲିସ ତାଙ୍କୁ ଜିମାରେ ଆଣିବା ପାଇଁ ସାକେତ ଅଦାଲତରେ ପ୍ରାର୍ଥନା କରିଥିଲା। ଏହି ପରିପ୍ରେକ୍ଷୀରେ ଲିପି ସିଂହ ତାଙ୍କୁ ଆଣିବା ପାଇଁ ଦିଲ୍ଲୀ ଯାଇଥିଲେ। ଏଥିପାଇଁ ସେ ପୁଲିସ ଗାଡ଼ି ନ ନେଇ ଜଣେ ରାଜ୍ୟସଭା ସାଂସଦଙ୍କ ଗାଡ଼ି ନେଇ ସାକେତ ଅଦାଲତରେ ପହଞ୍ଚିଥିଲେ। ଗାଡ଼ିରେ ରାଜ୍ୟସଭା ପାସ୍‌ର ଷ୍ଟିକର ଲଗାଯାଇଥିଲା। ରାଜ୍ୟସଭା ସାଂସଦ ଏହାକୁ ବ୍ୟବହାର କରୁଥିଲେ ମଧ୍ୟ ଏହା ବାସ୍ତବରେ ବିହାରର ବିଧାନ ପରିଷଦ ସଦସ୍ୟ(ଏମ୍‌ଏଲସି) ରଣବୀର ନନ୍ଦନଙ୍କର ବୋଲି ଜଣାପଡ଼ିଛି। ଏମ୍‌ଏଲସିଙ୍କ ଗାଡ଼ି, ରାଜ୍ୟସଭା ଷ୍ଟିକର ଓ ଅଭିଯୁକ୍ତ ବିଧାୟକଙ୍କ ପାଇଁ ଏହାର ବ୍ୟବହାର ଭଳି ତିନିଟି ସଂଯୋଗକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପୂର୍ବରୁ ଅନେକ ଘଟଣାରେ ବିଧାୟକ ଅନନ୍ତ ତାଙ୍କ ବିରୋଧରେ ପୁଲିସ ଅଧିକାରୀ ଲିପି ସିଂହଙ୍କ ଷଡ଼ଯନ୍ତ୍ର ଚଳାଇଥିବାର ଅଭିଯୋଗ କରିଥିବାରୁ ମାମଲା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories