www.samajalive.in
Monday, December 15, 2025
14.1 C
Bhubaneswar

କାଶ୍ମୀରରେ ପୁଣି ଲାଗୁ ହେଲା କଟକଣା ; ଇଣ୍ଟରନେଟ୍‍ ସେବା ବନ୍ଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ସରକାର ଗୁଜବ ରୋକିବା ପାଇଁ ଶ୍ରୀନଗର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଧାରା ୧୪୪ ଲାଗୁ କରିଛନ୍ତି। ବିଭିନ୍ନ ସ୍ଥାନରେ ନାନା ପ୍ରକାର ଗୁଜବକୁ ନେଇ ପୋଷ୍ଟର ଲାଗାଯାଇଥିବାରୁ ପୁଣି କଟକଣା ଲାଗୁ କରାଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କଟକଣା କୋହଳ କରାଯିବ ନାହିଁ  ଅବା ସେନା ପ୍ରତ୍ୟାହାର କରାଯିବ ନାହିଁ ବୋଲି ଗୁଜବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି। ସେଠାରେ ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ମଧ୍ୟ ବନ୍ଦ ରହିଛି।

ଅନ୍ୟପକ୍ଷରେ ଜାମ୍ମୁ-କାଶ୍ମୀର ଅନେକ ସ୍ଥାନରେ ସାଧାରଣ ଜୀବନ ଯାତ୍ରା ସ୍ବଭାବିକ ହେବାରେ ଲାଗିଛି।  ବିଭିନ୍ନ ରାସ୍ତାରୁ ବ୍ୟାରିକେଟ୍‍ ହଟାଯିବା ପରେ ଯାନବାହନ ଚଳାଚଳ ବୃଦ୍ଧି ପାଇଛି । ଲୋକମାନଙ୍କର ଯାତାୟାତ ବୃଦ୍ଧି ପାଇଛି। କିନ୍ତୁ ସେଠାରେ ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ବନ୍ଦ ରହିଛି । ତେବେ ଅଧିକାଂଶ ସ୍ଥାନରେ ଲ୍ୟାଣ୍ଡ ଲାଇନ୍‍ ଟେଲିଫୋନ୍‍ ସେବା ପୁର୍ନସ୍ଥାପିତ ହୋଇଛି।

- Advertisement -

ସରକାରୀ ଅଧିକାରୀଙ୍କ କହିବା ଅନୁସାରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଓ ଉପତ୍ୟକାର କୌଣସି ଭାଗରେ କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟି ନାହିଁ। ପରିସ୍ଥିତିରେ ଉନ୍ନତି ଘଟିବା ଦୃଷ୍ଟିରୁ ଶ୍ରୀନଗର ସହର ଓ ଅନ୍ୟାନ୍ୟ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକରେ ଯାନବାହନ ଚଳାଚଳ ଓ ଲୋକମାନଙ୍କର ଗମନାଗମନ ଧୀରେ ଧୀରେ ବୃଦ୍ଧି ପାଉଛି। ସେହିପରି ସ୍କୁଲଗୁଡ଼ିକରେ ଶିକ୍ଷକମାନଙ୍କର ଯୋଗଦାନ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀମାନଙ୍କର ଉପସ୍ଥିତିରେ ବୃଦ୍ଧି ପାଇବାରେ ଲାଗିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories