ଜନ୍ମାଷ୍ଟମୀର ମହତ୍ତ୍ୱ
କୁହାଯାଏ କୃଷ୍ଣ ଲୀଳାମୟ । ତାଙ୍କର ଲୀଳା ସାଧାରଣ ଲୋକଙ୍କୁ ଅଗୋଚର । କିଏ କେତେ ପ୍ରକାର କୃଷ୍ଣଙ୍କ ଲୀଳାକୁ ବର୍ଣ୍ଣନା କରିଥାଆନ୍ତି । ମାତ୍ର ଏହାର ଗୂଢ ରହସ୍ୟ ସମସ୍ତଙ୍କୁ ଅଜଣା । ଗୋପୀମାନଙ୍କ ରୂପରେ ମୁନି ଋଷିଙ୍କୁ ସାଜୁଯ୍ୟ ମୁକ୍ତି ବା ସର୍ବମୋକ୍ଷ , ଗୋପଳ ବାଳକ ଭାବେ ଦୃଷ୍ଟ ରାକ୍ଷସମାନଙ୍କୁ ବଧକରି ସମାଜର ମଙ୍ଗଳ ସାଧନ, ଦୃଷ୍ଟାତ୍ମାମାନଙ୍କଠାରୁ ମୁକ୍ତି, ବନ୍ଧୁ ପ୍ରେମ, ନାରୀଙ୍କୁ ବସ୍ତ୍ର ପ୍ରଦାନ କରି ଲଜ୍ୟା ନିବାରଣ କରିବା ଏପରି ଅନେକ ଆଲୌକିକ ଲୀଳା ଖେଳା କରିଥିଲେ ପ୍ରଭୁ ଶ୍ରୀକୃଷ୍ଣ ।
ଯୁଦ୍ଧ କ୍ଷେତ୍ରରେ ହତାଶ ଓ ନିରାଶ ହୋଇଥିବା ଅର୍ଜୁନଙ୍କୁ କର୍ତ୍ତବ୍ୟର ପ୍ରକୃତ ଅର୍ଥର ଏପରି ବାଖ୍ୟା କରିଥିଲେ ଯେ ଯାହା ଆଜି ମଧ୍ୟ ସଭିଁଙ୍କୁ ନିଜ କର୍ତ୍ତବ୍ୟକୁ ସଠିକ୍ ଭାବେ ବୁଝିବାକୁ ପ୍ରେରଣା ଦେଇଥାଏ।
Comments are closed.