www.samajalive.in
Tuesday, December 9, 2025
19.1 C
Bhubaneswar

୧୯୯୨ ବାବ୍ରୀ ମସଜିଦ ମାମଲା ; ସ୍ବତନ୍ତ୍ର ବିଚାରପତିଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ୟୁପି ସରକାରଙ୍କୁ ନିର୍ଦେଶ

ନୂଆଦିଲ୍ଲୀ : ଲକ୍ଷ୍ନୌରେ ୧୯୯୨ ବାବ୍ରୀ ମସଜିଦ ବିବାଦୀୟ ଢ଼ାଞ୍ଚା ଭଙ୍ଗା ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ବିଚାରପତିଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ୨ ସପ୍ତାହ ମଧ୍ୟରେ ଆଦେଶ ଦେବାକୁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବିଚାରପତି ଆର.ଏଫ ନରିମାନ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି।

ଏହି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ବିଚାରପତି ଜୁଲାଇ ୨୭ ତାରିଖରେ ଏକ ପତ୍ର ଲେଖି ତାଙ୍କୁ ସୁରକ୍ଷା ପ୍ରଦାନ ସହ ୫ଟି ବିଷୟରେ ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଅଧିବକ୍ତା ଐଶ୍ବର୍ଯ୍ୟା ଭଟ୍ଟିଙ୍କୁ ସୁପ୍ରିମକୋର୍ଟ ଖଣ୍ଡପୀଠ, ସ୍ବତନ୍ତ୍ର ବିଚାରପତିଙ୍କ ୫ଟି ଅନୁରୋଧ ସହ ଅନ୍ୟାନ ବିଷୟରେ ୨ୟ ସପ୍ତାହରେ ମଧ୍ୟରେ ସମାଧାନ କରିବାକୁ କହିଛନ୍ତି।

- Advertisement -

ଜୁଲାଇ ୧୯ରେ ସୁପ୍ରିମକୋର୍ଟ, ମାମଲାର ଶୁଣାଣି ଶେଷ ପର୍ଯ୍ୟନ୍ତ ସ୍ବତନ୍ତ୍ର ବିଚାରପତିଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ଏ ନେଇ ଆଦେଶ ଜାରି କରି ନାହାନ୍ତି। ନଅମାସ ମଧ୍ୟରେ ମାମାଲାର ରାୟ ପ୍ରଦାନ କରିବାକୁ ସର୍ବୋଚ୍ଚ ଅଦାଲତ ତାଙ୍କୁ ଆଦେଶ ଦେଇଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories