www.samajalive.in
Friday, December 12, 2025
14.1 C
Bhubaneswar

ଅଭିନନ୍ଦନଙ୍କୁ ଧରିଥିବା ପାକିସ୍ତାନୀ କମାଣ୍ଡୋ ମୃତ

ନୂଆଦିଲ୍ଲୀ : ଫେବୃଆରୀ ୨୭ରେ ପାକିସ୍ତାନ ସୀମାରେ ଖସିପଡ଼ିଥିବା ଭାରତୀୟ ଯୁଦ୍ଧବିମାନ ମିଗ୍‌-୨୧ର ପାଇଲଟ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଧରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପାକିସ୍ତାନୀ କମାଣ୍ଡୋ ଅହମ୍ମଦ ଖାଁ ଭାରତୀୟ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।

ଗତ ୧୭ତାରିଖରେ ନିୟନ୍ତ୍ରଣ ରେଖାର ନାକ୍ୟାଲ ସେକ୍ଟରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଥିଲାବେଳେ ଭାରତୀୟ ଯବାନଙ୍କ ସହ ଗୁଳିବିନିମୟ ହୋଇଥିଲା ଓ ଏଥିରେ ପାକିସ୍ତାନୀ ସେନାରେ ସୁବେଦାର ପଦରେ ଥିବା ଅହମ୍ମଦଙ୍କ ମୃତ୍ୟୁ ହୋଇଥିବା ବିଳମ୍ବରେ ଖବର ମିଳିଛି। ଏହି ଖବର ଅନୁସାରେ ସେଦିନ ପାକିସ୍ତାନୀ ଯବାନ ମୋର୍ଟାର ମାଡ଼ କରିବାରେ ଭାରତୀୟ ଯବାନ ଏହାର ଦୃଢ଼ ଯବାବ ଦେଇଥିଲେ। ଏହି ସମୟରେ ଅହମ୍ମଦଙ୍କ ମୃତ୍ୟୁ ହୋଇଥିଲା। ଫେବୃଆରୀ ୨୭ରେ ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଗିରଫ କଲାବେଳର ଯେଉଁ ଫଟୋ ପ୍ରସାରିତ ହୋଇଥିଲା ଏଥିରେ ଦାଢ଼ି ରଖିଥିବା ଅହମ୍ମଦ ଅଭିନନ୍ଦନଙ୍କ ପଛରେ ଛିଡ଼ା ହୋଇଥିବା ଦେଖାଯାଇଥିଲା। ଅହମ୍ମଦ ସେତେବେଳେ ଅଭିନନ୍ଦନଙ୍କୁ ନିର୍ଯାତନା ଦେଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ନିୟନ୍ତ୍ରଣ ରେଖାର ନାଉସେରା, ସୁନ୍ଦରବଣି, ପାଲାନୱାଲା ସେକ୍ଟରରେ ଅନୁପ୍ରବେଶ କରାଇବା କାର୍ଯ୍ୟରେ ଅହମ୍ମଦ ସବୁବେଳେ ସହାୟତା କରୁଥିବା ଜଣାଯାଏ। ସେ ଜୈସ୍‌-ଇ-ମହମ୍ମଦର ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ସୀମାନ୍ତ ଫରୱାର୍ଡ ପୋଷ୍ଟକୁ ଆଣିବାରେ ମୁଖ୍ୟ ଭୂମିକା ନିଭାଇଥାଏ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories