www.samajalive.in
Friday, December 12, 2025
14.1 C
Bhubaneswar

ଏକାଧିକ କୀର୍ତ୍ତିମାନ ହାସଲ ଲକ୍ଷ୍ୟରେ କୋହଲି

ନର୍ଥ ସାଉଣ୍ଡ : ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ଏହି ଟେଷ୍ଟ ସିରିଜ୍‌ରେ ଏକାଧିକ କୀର୍ତ୍ତିମାନ ହାସଲ ଲକ୍ଷ୍ୟରେ ଅଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।

ଅଧିନାୟକ ଭା​‌େ​‌ବ ଟେଷ୍ଟ ଶତକ ହାସଲ କରିବାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ରେକର୍ଡର ସମକକ୍ଷ ହେବାକୁ କୋହଲିଙ୍କ ନିକଟରେ ସୁଯୋଗ ରହିଛି। ଅଧିନାୟକ ଭାବେ ପଣ୍ଟିଂ ୧୯ଟି ଟେଷ୍ଟ ଶତକ ହାସଲ କରିଥିବା ବେଳେ କୋହଲି ୧୮ଟି ଶତକ ମାରିଛନ୍ତି। ଯଦି ସେ ଆଉ ଗୋଟିଏ ଶତକ ହାସଲ କରନ୍ତି; ତେବେ ପଣ୍ଟିଂଙ୍କ ସମକକ୍ଷ ହେବା ସହ ୨ୟ ସ୍ଥାନରେ ରହିବେ। ୨୫ଟି ଶତକ ସହ ଶୀର୍ଷରେ ରହିଛନ୍ତି ଦକ୍ଷିଣ ଆଫ୍ରିକା ଗ୍ରାଏମ୍‌ ସ୍ମିଥ୍‌। ସ୍ମିଥ୍‌ ଅଧିନାୟକ ଭାବେ ହାସଲ କରିଛନ୍ତି। ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଜିତିବା ରେକର୍ଡ ମହେନ୍ଦ୍ର ସିଂହ ଧୋନିଙ୍କ ନାମରେ ରହିଛି। ଧୋନି ୬୦ଟି ଟେଷ୍ଟରେ ଭାରତୀୟ ଦଳର ନେତୃତ୍ବ ନେଇ ୨୭ଟିରେ ଦଳକୁ ବିଜୟୀ କରାଇଥିବା ବେଳେ କୋହଲି ବର୍ତ୍ତମାନ ସୁଦ୍ଧା ୪୬ଟି ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ବ ନେଇ ଦଳକୁ ୨୬ଟିରେ ବିଜୟୀ କରାଇ ପାରିଛନ୍ତି। ଏହି ସିରିଜ୍‌ର ଗୋଟିଏ ମ୍ୟାଚ୍‌ରେ ଭାରତ ଜିତିଲେ ଧୋନିଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିବେ କୋହଲି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories